ଜୟପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ବାଘ ଆତଙ୍କ ପରେ ସତର୍କ କରାଇଲା ବନ ବିଭାଗ । ଜଙ୍ଗଲକୁ ନଯିବା ପାଇଁ ପୋଷ୍ଟର ଲଗାଇଲା ବନ ବିଭାଗ । ରାତି ସମୟରେ ବାହାରକୁ ନଯିବା ପାଇଁ କୁହାଯାଇଛି । ଘର ବାହାରେ କିମ୍ବା ଗୁହାଳରେ ଶୋଇବାକୁ ବାରଣ କରାଯାଇଛି । ଜଙ୍ଗଲ ଭିତରେ କିମ୍ବା ବାଘ ଉପସ୍ଥିତି ସ୍ଥାନରେ ନବୁଲିବା ପାଇଁ ପରାମର୍ଶ ଦିଆଯାଇଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିଛି ବନ ବିଭାଗ ।
powered by social2s

