ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ ରାଜକୁମାର ରଂଜନ ସିଂ ମଣିପୁର ର ରାଜଧାନୀ ଇମ୍ଫାଲଠାରେ ହେଉଥିବା ସାଙ୍ଘାଇ ମହୋତ୍ସବ ର ଏକାଦଶ ସଂସ୍କରଣରେ ଯୋଗ ଦେଇଥିଲେ। ସେମାନେ ମଣିପୁର ମୁଖ୍ୟ ମନ୍ତ୍ରୀ ଏନ୍. ବିରେନ୍ ସିଂଙ୍କ ସହିତ ଜି-୨୦ ପରିଦର୍ଶନ କରିଥିଲେ | ସାଙ୍ଘାଇ ମଣିପୁରର ସବୁଠାରୁ ବଡ ପର୍ଯ୍ୟଟନ ପ୍ରୋତ୍ସାହନ ମହୋତ୍ସବ ଏବଂ ଏହା ୧୩ ଟି ଭିନ୍ନ ଭିନ୍ନ ସ୍ଥାନରେ ପାଳନ କରାଯାଏ । ପରେ ସମସ୍ତେ ଇମ୍ଫାଲର ଭାଗ୍ୟଚନ୍ଦ୍ର ମୁକ୍ତାକାଶ ମଞ୍ଚ ରେ ଯୋଗ ଦେଇଥିଲେ । ମଣିପୁର ମୁଖ୍ୟ ମନ୍ତ୍ରୀ ଏନ୍. ବିରେନ୍ ସିଂଙ୍କ ଅତିଥି ସତ୍କାର ପାଇଁ ସେ ବହୁତ ଖୁସି ଅଛନ୍ତି, ଏବଂ ମଣିପୁର ର ଐତିହ୍ୟ ଓ ପରମ୍ପରାକୁ କଳା ମାଧ୍ୟମରେ ପ୍ରତିଫଳିତ କରିବା ଅତ୍ୟନ୍ତ ଚମତ୍କାର ଥିବା ନେଇ ଡ଼ ଜୟଶଙ୍କର ଟୁଇଟ୍ କରି କହିଛନ୍ତି। ସାଙ୍ଗାଇ ମହୋତ୍ସବରେ ଜି-୨୦ ପାଭିଲିୟନ୍ ସମସ୍ତ ପରିଦର୍ଶକଙ୍କୁ ଭାରତର ଜି-୨୦ ପ୍ରେସିଡେନ୍ସି ର ଗୁରୁତ୍ଵ ସମ୍ବନ୍ଧରେ ସୁଚନା ପ୍ରଦାନ କରିବ । ଏହ ମଣିପୁରର ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରାଇବ।
ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସାଙ୍ଘାଇ ପର୍ବରେ ଅଂଶଗ୍ରହଣ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

