ଭୁବନେଶ୍ୱର: ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର୍ , ଏଜୁକେସନ୍ ଆଣ୍ଡ ହେଲଥ ( ସ୍ନେହ ) ତରଫରୁ ଭୁବନେଶ୍ବର ସ୍ଥିତ ମେଫେୟାର ନଗର ସାଲିଆ ସାହି ଠାରେ ବିଶ୍ଵ ଏଡ୍ସ୍ ଦିବସ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାଳିତ ହୋଯାଇଛି। ଏକ ଏଚ୍.ଆର.ଭି ମୁକ୍ତ ସମାଜ ତଥା ବିଭିନ୍ନ ବର୍ଗର ସଂପର୍କିତ ଗୋଷ୍ଠି ମାନଙ୍କୁ ଚିକିତ୍ସା , ସେବା ଓ ସମ୍ମାନ କ୍ଷେତ୍ରରେ ସମାନତା ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ଯ । ଭୁବନେଶ୍ବର ମହାନଗର ନିଗମର ସ୍ଵାସ୍ଥ୍ୟ ଅଧିକାରୀ ଶ୍ରୀ ଦିପକ କୁମାର ବିଶୋଇ ମୁଖ୍ୟ ଅତିଥି ରୂପେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକରୁପେ ଉଦ୍ଘାଟନ କରିଥିଲେ। ସ୍ନେହ ଅନୁଷ୍ଠାନର ଶ୍ରୀମତୀ ସୁବର୍ଣ୍ଣା ଘୋଷ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ବିଶ୍ୱରେ ପ୍ରତିବର୍ଷ କୋଟି କୋଟି ଲୋକ ଏଡ୍ସ୍ ରୋଗରେ ମୃତ୍ୟୁବରଣ କରୁଛନ୍ତି । ଏହାର ମୂଳ ଉତ୍ପଟନ ପାଇଁ କୌଣସି ଟିକା ବା ଔଷଧ ନଥିବାର କେବଳ ସଚେତନତା ହିଁ ମୁଖ୍ୟ ଅସ୍ତ୍ର। ସୁରକ୍ଷିତ ଯୌନ ସମ୍ପର୍କ ଏଚ୍.ଆଇ.ଭି ପରିକ୍ଷିତ ରକ୍ତ ସଂଗ୍ରହ , ସରକାରୀ ଡାକ୍ତରଖାନାରେ ହି ପ୍ରସବ ଓ ପ୍ରତି ଥର ନୁଆ ଇଞେକସନ୍ ସିରିଂଜ ବ୍ୟବହାର କରିବାଦ୍ୱାରା ଏଡସ୍ ର ପ୍ରଭାବକୁ କମ୍ କରାଯାଇପାରିବ ବୋଲି ଶ୍ରୀ ବିଶୋଇ ଆଶାବାକ୍ତ କରିଥିଲେ । କ୍ୟାପିଟାଲ୍ ହସ୍ପିଟାଲର ଯୌନ ସଂକ୍ରମଣ ବିଭାଗର ପରାମର୍ଶକାରୀ ସୁଶ୍ରୀ ସର୍ମିଷ୍ଠା ପଟ୍ଟନାୟକ ଏବଂ ଶିକ୍ଷାବିତ୍ ଶ୍ରୀଯୁକ୍ତ ସୌଭାଗ୍ୟ ପଟ୍ଟନାୟକ ସମ୍ମାନୀୟ ଅତିଥିରୁପେ ମୂଲ୍ୟବାନ୍ ତଥ୍ୟ ଭିତ୍ତିକ ସୂଚନା ଦ୍ୱାରା ଜନ ସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତା ବାଂଟିଥିଲେ। ଏହି କାର୍ଯ୍ୟକ୍ରମରେ ସଚେତନ ଭିତିକ ଶୋଭାଯାତ୍ରା , ନୃତ୍ୟ , ନାଟକ , ପ୍ରଶ୍ନ ଉତ୍ତର, ଚଳଚ୍ଚିତ୍ର ପ୍ରଦର୍ଶନ ପ୍ରଭୃତିର ଆୟୋଜନ କରାଯାଇଥିଲା । ଏଥିରେ କିଶୋର କିଶୋରି ଶାନ୍ତି କମିଟିର ସଭ୍ୟ , ବୁଦ୍ଧିଜୀବି ଓ ସମାଜସେବୀ ମନେ ଅନ୍ୟୁନରେ ୨୦୦ ଜଣ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଦିବାକର ମାହାଳି ଧନ୍ୟବାଦ ଅର୍ପଣ କରିଥିଲେ ।
ସ୍ନେହ ତରଫରୁ ବିଶ୍ଵ ଏଡ୍ସ ଦିବସ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

