ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ମନୋନିତରେ "ଲିଙ୍କଆର୍ଟ ୱାର୍ଲଡ" ପ୍ରାୟୋଜିତ ଓ ବିଦ୍ୟା ଆର୍ଟ ଏକାଡେମୀ ସହଯୋଗରେ ଆନ୍ତର୍ଜାତୀୟ କଳାଶିବିର ତିନୋଟି ଦେଶର ଶିଳ୍ପୀ ମାନଙ୍କୁ ନେଇ ଗ୍ୟାଙ୍ଗତକ, ସିକିମରେ ଚଳିତ ମାସ ତା ୩୦ ରିଖ ରୁ ତା ୩ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା | ଏହି ଶିବିରରେ ଭାରତ, ନେପାଳ ଓ ବାଙ୍ଗଲାଦେଶରୁ ମୋଟ ୫୩ ଜଣ ଶିଳ୍ପୀ ଭାଗନେଇଥିଲେ। ତନମଧ୍ୟରୁ ଭାରତର ଓଡ଼ିଶା ପ୍ରଦେଶରୁ ଯୁବ ଚିତ୍ରଶିଳ୍ପୀ ମୁକ୍ତିପଦ ନନ୍ଦୀ, ପ୍ରସନ କୁମାର ସ୍ୱାଇଁ, ପୀତବାସ ମହାପାତ୍ର, ଶୁଭସ୍ମିତା ଘଡ଼ାଇ ଓ ଗୀତା ସାହୁ ଭାଗ ନେଇ ସିକିମର ମହାମହିମ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କ ଦ୍ୱାରା ସମ୍ନାନୀତ ହେଲେ | ଚିତ୍ରଶିଳ୍ପୀ-ମୁକ୍ତିପଦ ନନ୍ଦୀ (ଜଳେଶ୍ୱର, ବାଲେଶ୍ୱର), ପ୍ରସନ କୁମାର ସ୍ୱାଇଁ (ସ୍ବାଇଁସାହି,କେନ୍ଦ୍ରାପଡ଼ା), ପିତବାସ ମହାପାତ୍ର (କଟକ), ଶୁଭସ୍ମିତା ଘଡ଼େଇ (ଭୁବନେଶ୍ୱର), ଗୀତା ସାହୁ (ଭୁବନେଶ୍ୱର)।
powered by social2s

