ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କ ବିବାହ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ସପ୍ନିତା ପାଟମାଝି ( ନନ୍ଦିନୀ ) ଓ ଫୁଲବତୀ ଉଶେଣ୍ଡି ( କରୁଣା ) ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କ ବିବାହ ଅନୁଷ୍ଠିତ ହେଉଅଛି । ସପ୍ନିତା ପାଟମାଝି ( ନନ୍ଦିନୀ ) ୨୦୧୮ ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇଥିଲେ ଏବଂ ପ୍ରାୟ ଦେଢ ବର୍ଷ ସଙ୍ଗଠନରେ କାର୍ଯ୍ୟ କରିବା ପରେ ୨୦୧୯ ମସିହାରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଫୁଲବତୀ ଉଶେଣ୍ଡି ( କରୁଣା ) ୨୦୦୮ ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇଥିଲେ ଏବଂ ସେ ଦୀର୍ଘ ୧୩ ବର୍ଷ ସଙ୍ଗଠନରେ କାର୍ଯ୍ୟ କରିବା ପରେ ୨୦୨୧ ମସିହାରେ ପୋଲିସ ମହାନିର୍ଦେଶକ, ଓଡିଶା ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ଓଡିଶା ସରକାରଙ୍କର ଘୋଷଣା ମୁତାବକ ଏହି ଦୁଇଜଣଙ୍କୁ ଆତ୍ମସମର୍ପଣର ସୁବିଧା ସୁଯୋଗ ଯୋଲିସ ପକ୍ଷରୁ ଯୋଗାଇ ଦିଆଯାଇଅଛି । ଏହି ଦୁଇଜଣଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ସିଲେଇ ତାଲିମ ଦିଆଯାଇଅଛି। ସେମାନେ ବିବାହ କରିବା ପାଇଁ ସ୍ଥିର କରିଥିବାରୁ ତାଙ୍କ ମନ ମୁତାବକ ପୁଅ ସହିତ ବିବାହ ଅନୁଷ୍ଠିତ ହେଉଅଛି । ସପ୍ନିତା ପାଟମାଝି ( ନନ୍ଦିନୀ ) ଓ ଫୁଲବତୀ ଭଶେଣ୍ଡି ( କରୁଣା ) ଙ୍କର ବୈବାହିକ ଜୀବନ ସୁଖ ସମୃଦ୍ଧିରେ ଭରିଉଠୁ ବୋଲି କନ୍ଧମାଳ ପୋଲିସ ଶୁଭେଚ୍ଛା ଜଣାଉଛି । ଏହା ସହିତ ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ଯ ଆତ୍ମସମର୍ପଣ କରିବା ପାଇଁ ଆହ୍ବାନ କରୁଛି । ମାଓବାଦୀ ଭାଇ ଭଉଣୀ ମାନେ ହିଂସାର ରାସ୍ତା ଛାଡି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ସରକାରଙ୍କ ଦ୍ବାରା ଦିଆଯାଉଥିବା ସୁବିଧା ସୁଯୋଗର ଲାଭ ଉଠାନ୍ତୁ । କନ୍ଧମାଳ ପୋଲିସ ଆପଣଙ୍କୁ ସହଯୋଗ କରିବା ପାଇଁ ତପ୍ତର ।

powered by social2s