କଟକ: କଟକ ଜିଲ୍ଲା ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ-୨ ଠାରେ ଆଜି ଏକ ନକଲି ସୋୟାବଡୀ କମ୍ପାନି ଠାବ କରିଛି ପୋଲିସ।
ଆର ଏମ ମିଲ ରେ ନକଲି ସୋୟାବଡୀ ପ୍ରସ୍ତୁତ ହେଉଥିବା ଖବର ପାଇ ଜଗତପୁର ଓ ମାଲଗୋଦାମ ଥାନା ପୋଲିସ ମିଳିତ ଚଢ଼ାଉ କରି ବିପୁଳ ପରିମାଣରେ ପକଡା ଚାଉଳ ଗୁଣ୍ଡ ଏବଂ ରସୟିନୀକ ସାର ଜବତ କରିଛନ୍ତି।
ଘଟଣା ସ୍ଥଳରୁ ଦୁଇ ଜଣଙ୍କୁ ଅଟକ ରଖିଲା ପୋଲିସ।
ଏହି କମ୍ପାନୀ ୪ ରୁ ୫ ବର୍ଷ ହେଲା ଚାଲିଛି ବୋଲି ପୋଲିସ ସୂତ୍ର ରୁ ଖବର ମିଳିଛି।
powered by social2s

