ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର : ଅଭିଭାବକ ମହାସଂଘ (Parents Association for Mentally Retarded Childrens, Odisha) ପକ୍ଷରୁ (ପରିବାର) ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଆଶା ( vocational) ସେଣ୍ଟର୍ ରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାସଂଘର ଗୋଟିଏ ରାଲି ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ମାନେ ସଚେତନତା ସ୍ଲୋଗାନ ଦେଇ ଭୁବନେଶ୍ୱର ଚିନ୍ତାମଣିଶ୍ୱର ପରିକ୍ରମା କରିଥିଲା । ଏହି ରାଲିକୁ ଅଭିଭାବକ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟନାରାୟଣ ପରିଡା,ଉପସଭାପତି ଶ୍ରୀ ଅଶୋକ ଜେନା,ଶ୍ରୀମତୀ ସୁଭଗିନୀ ସାହୁ, ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ସ୍ଥାନୀୟ ଅନୁଷ୍ଟାନ ର ସମ୍ମିଳନୀ ପ୍ରକୋଷ୍ଠ ଗୃହରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୨ ଉପଲକ୍ଷେ ସମସ୍ତ ସ୍ଵତନ୍ତ୍ର ପିଲାମାନଙ୍କ ସହିତ ସେମାନଙ୍କ ସମସ୍ତ ଅଭିଭାବକ ମନେ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ସତ୍ୟନାରାୟଣ ପରିଡା,ଶ୍ରୀ ଅଶୋକ ଜେନା ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରି ଭିନ୍ନକ୍ଷମ ଲୋକମାନେ କୌଣସି ଗୁଣରେ କମ ନୁହନ୍ତି, ଯଦି ସେମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଏ ତେବେ ସେମାନେ ମଧ୍ୟ ଭାରତର ଅର୍ଥନୀତିରେ ଅଂଶୀଦାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ଓ ଭିନ୍ନକ୍ଷମତାର ବିଭିନ୍ନ ଦିଗ ଉପରେ ଆଲୋକପାତକରିଥିଲେ ।ପ୍ରାରମ୍ଭ ରେ ଅନୁଷ୍ଠାନ ର ସମସ୍ତ ସ୍ଵତନ୍ତ୍ର ପିଲାମାନେ ସ୍ୱାଗତ ସଂଗୀତ ପରିଵେକ୍ଷଣ କରିଥିଲେ ଓ ନାଚ ଗୀତ ନିଜର କଳା ପ୍ରଦର୍ଶନ କରିଥିଲେ। ଶେଷରେ ଆମ ଅନୁଷ୍ଠାନ ର ସ୍ଵତନ୍ତ୍ର ଝିଅ ଝରଣା ଦାସ୍ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

powered by social2s