ଭୁବନେଶ୍ୱର: ରଘୁନାଥପୁର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ମନ୍ଦିରରେ ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୯୫ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜୟ ଜଗନ୍ନାଥ ପରିବାର ସହଯୋଗରେ ପରିଷଦର ଏହି କାର୍ଯ୍ୟକ୍ରମରେ ପ୍ରବକ୍ତା ଡ କୃପାସିନ୍ଧୁ ମିଶ୍ର, ସ୍କନ୍ଦ ପୁରାଣ ଅନୁସାରେ "ଶ୍ରୀଜଗନ୍ନାଥ" ଙ୍କ ସମନ୍ଧରେ କହିଥିଲେ।
ଆଜିର କାର୍ଯ୍ୟକ୍ରମରେ ଆଶା ମୁକୁଳ ବାରିକ, ଭାରତୀ ଭୂଷଣ ପଟ୍ଟନାୟକ, ସୁମିତ୍ରା ତ୍ରିପାଠୀ, ମଞ୍ଜୁଶ୍ରୀ ମହାନ୍ତି ଶରତ ସାହୁ ଡ ସୁଶୀଲ ପଟ୍ଟନାୟକ ଙ୍କ ସହଯୋଗରେ ଭଜନ ପରିବେଷଣ ହୋଇଥିଲା । ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ବାଳକୃଷ୍ଣ ପଣ୍ଡା, ଅଖିଳ ସାହୁ, ଗୌରାଙ୍ଗ ନାୟକ, ଅକ୍ଷୟ ସାହୁ ବଂଶୀଧର ନାୟକ, ମନୋରଞ୍ଜନ ମହାନ୍ତି, ଡ ଅଭୟ ନାୟକ, ଶ୍ରୀନିବାସ ରାଓ, କାମେଶ୍ଵର ରାଓ, ସମ୍ପାଦକ ନାରାୟଣ ମହାପାତ୍ର ଓ ପରିଷଦର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ।
ଶ୍ରୀଗୁଣ୍ଡିଚା ମନ୍ଦିର ଅନୁଷ୍ଠାନ ପକ୍ଷରୁ ସୁବାଷ ପାତ୍ର, ଭଗବାନ ଦାସ, ବିଜୟ ପାତ୍ର ପ୍ରମୂଖ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି କଥାମୃତ ସଭାରେ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ଯବାଦ ଜଣାଯାଇଥିଲା। ପରେ ସମସ୍ତେ ମିଳି ମିଶି ପ୍ରସାଦ ସେବନ କରିଥିଲେ।
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୯୫ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

