ନୀଳାଚଳ ପଲିଟେକ୍‌ନିକର ଛାତ୍ରଛାତ୍ରୀ ମାନେ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ନିଜ ନିଜର ଦକ୍ଷତା ବଢ଼ାଇ ଅଗ୍ରସର ହୁଅନ୍ତୁ: ରାଜ୍ୟପାଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ନୀଳାଚଳ ପଲିଟେକ୍‌ନିକ, ଓଡ଼ିଶାର ଅନ୍ୟତମ ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ, ତା’ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କରିଛି। ଏହି ଗୋପ୍ୟ ଜୟନ୍ତୀ ଉତ୍ସବର ଉଦ୍‌ଘାଟନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ଛାତ୍ରଛାତ୍ରୀ ମାନେ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ନିଜ ନିଜର ଦକ୍ଷତା ବଢ଼ାଇ ଅଗ୍ରସର ହୁଅନ୍ତୁ, ଏହା ଦ୍ୱାରା ସେମାନଙ୍କର ଅନ୍ତର୍ନିହିତ ଜ୍ଞାନ ଓ ଗୁଣ ସବୁ ବହିଃପ୍ରକାଶ ହେବ। ଏହି ଅବସରରେ ହେମନ୍ତ ଶର୍ମା, ରାଜ୍ୟ ବୈଷୟିକ କୌଶଳ ଶିକ୍ଷା, ଏବଂ ଉଦ୍ୟୋଗ ବିଭାଗର ପ୍ରିନ୍ସିପାଲ୍ ସେକ୍ରେଟାରୀ ଏବଂ ଓଡ଼ିଶାର ସୁନାମଧନ୍ୟ ଲେଖକ ଡ଼. ଗୌରହରୀ ଦାସ ମଧ୍ୟ ଉପସ୍ଥିତ ଥିଲେ । ଏହି ରୌପ୍ୟ ଜୟନ୍ତି କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ଅନ୍ୟ ପ୍ରତିଷ୍ଠିତ ଏବଂ ସୁନାମଧନ୍ୟ ବ୍ୟକ୍ତି ବିଶେଷ, ଅନୁଷ୍ଠାନର ପ୍ରାପ୍ତନ ଛାତ୍ରଛାତ୍ରୀମାନେ, ତାଙ୍କର ଅଭିଭାବକ ଓ ଅଭିଭାବିକା ଏବଂ ବିଭିନ୍ନ ଉଦ୍ୟୋଗର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ଏହି ରୋପ୍ୟ ଜୟନ୍ତୀ ଉତ୍ସବକୁ ନିଜ ଛାତ୍ରଛାତ୍ରୀମାନଙ୍କର ସଫଳତାର ଉତ୍ସବ ଭାବରେ ପାଳନ କରୁଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ବିଷ୍ଣୁ ଚରଣ ପାତ୍ର ପ୍ରକାଶ କରିବା ସହିତ ଏହାର ଶ୍ରେୟ ବର୍ତ୍ତମାନ ଏବଂ ଏହି ଅନୁଷ୍ଠାନରେ କାର୍ଯ୍ୟ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଦେଇଛନ୍ତି ।

powered by social2s