ଭୁବନେଶ୍ୱର :( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): ବାଲେଶ୍ୱର ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ "ସାହିତ୍ୟିକ କବି ବନ୍ଧୁ ପରିବାର" ଅନୁଷ୍ଠାନ ତରଫରୁ ଆଜି ଲୋହିଆ ଏକାଡେମୀରେ ପୁସ୍ତକ ଲୋକାର୍ପଣ ଓ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ପ୍ରଫେସର ସୁଦର୍ଶନ ସାସମଲ୍ ଯୋଗ ଦେଇ କହିଲେ ଯେ,ଭାଷା ବଞ୍ଚିଲେ ଜାତି ବଞ୍ଚିବ, ଆମ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ସମସ୍ତେ ଆଗେଇ ଆସିବାର ଆବଶ୍ୟକତା ରହିଛି l ସମ୍ମାନିତ ଅତିଥି ଭାବେ ରାଜ୍ୟବର୍ଦ୍ଧନ ଧଳମହାପାତ୍ର କହିଲେ, ଗୀତା, ଭାଗବତ, ରାମାୟଣ ଓ ମହାଭାରତରେ ଅସଲ ସାହିତ୍ୟି ବିଦ୍ୟମାନ l ସେସବୁ ଅନୁଭବ କରି ଆମେ ସାହିତ୍ୟି ରଚନାକୁ ଅଗ୍ରସର କରିବାର ଆବଶ୍ୟକତା ରହିଛି l ମୁଖ୍ୟବକ୍ତା ଭାବେ ପ୍ରଫେସର ନଟବର ଶତପଥୀ କହିଲେ ଯେ, ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଏଭଳି ପ୍ରତିଷ୍ଠାନମାନଙ୍କର ଆବଶ୍ୟକତା ରହିଛି l ବାଲେଶ୍ୱର ସାହିତ୍ୟିର ସହର ସେଠାରୁ ଜନ୍ମ ନେଇ ଅନେକ ବାଣୀଭଣ୍ଡାରକୁ ସମୃଦ୍ଧ କରିପାରିଛନ୍ତି l ସମ୍ମାନିତ ବକ୍ତା ଗୋବିନ୍ଦ ଚନ୍ଦ୍ର ଚାନ୍ଦ କହିଲେ, ଜଣେ ସାହିତ୍ୟିକ ସବୁବେଳେ ଗୋଷ୍ଠୀକେନ୍ଦ୍ରିକ ଜଣେ ବ୍ୟକ୍ତିକୁ ଆଧାର କରି ସେ ପୂରା ସମାଜର କଥାକୁ ବର୍ଣ୍ଣନା କରିପାରେ l ବରେଣ୍ୟ ବକ୍ତା ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଲେ ଯେ ଓଡ଼ିଆ ଭାଷା ଓ ସାହିତ୍ୟିର ସୁରକ୍ଷା ପାଇଁ ଏବେ ନୂତନପିଢ଼ିକୁ ସମୃଦ୍ଧ କରି ଗଢ଼ି ତୋଳିବା ଆମ ସମସ୍ତଙ୍କର ଦାୟିତ୍ୱ ତାଙ୍କୁ ସଶକ୍ତ କରି ଆଗକୁ ଛାଡି ପାରିଲେ ଯାଇ ଆମ ଭାଷା ବଞ୍ଚିବ ଓ ସାହିତ୍ୟିର ଉନ୍ନତି ହୋଇପାରିବ l ଅନ୍ୟତମ ଅତିଥି ଭାବେ ହେମନ୍ତ ଜେନା, ଇନ୍ଦିରା ଦତ୍ତ, ସଭାପତି ଦେବେନ୍ଦ୍ର ନାଏକ, ସମ୍ପାଦିକା ପ୍ରଣତି ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ଓ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ l ଦ୍ଵିତୀୟ ଅଧିବେଶନରେ ସାହିତ୍ୟିକ ବିଶେଶ୍ୱର ମାଝୀ, ପ୍ରଫୁଲ୍ଲ ଦାସ, ସ୍ନେହା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ କବିତା ପାଠୋତ୍ସବ ହେବା ସହ ବିଶେଶ୍ୱର ମାଝୀଙ୍କ "ଛନ୍ଦରେ ଛନ୍ଦରେ" ପ୍ରଣତି ମହାପାତ୍ରଙ୍କର "ଗୀତରେ ଗୀତରେ ଆମେ ନାଚିବା", ବାମନ ଚନ୍ଦ୍ର ଦୀକ୍ଷିତଙ୍କର "ମ୍ଳାନ ମୂର୍ଚ୍ଛନା" ଏବଂ "ଶ୍ରୁତି ସୁଧା", ପ୍ରତିମା ଶତପଥୀଙ୍କର "କନ୍ୟାରତ୍ନ", ତପନ ବିଶ୍ୱାଳଙ୍କର "ରୋମନ୍ଥନ",ବନଲକ୍ଷ୍ମୀ ମହାନ୍ତିଙ୍କର "ଭକ୍ତି ଅର୍ଘ୍ୟ" ପୁଷ୍ପଲତା ମିଶ୍ରଙ୍କର "ଗୀତି ସ୍ରୋତସ୍ୱିନୀ" ଦିବ୍ୟାଂଶୀ ମହାନ୍ତିଙ୍କର "ଦିବ୍ୟାଂଶୀର ଦିବ୍ୟ ଭାବନା" ଓ ଅନୁଷ୍ଠାନର ମୁଖପତ୍ର "ଶିଖା: ମନ ଚେତନାର ନବ ଦିଗନ୍ତ" ଉନ୍ମୋଚିତ ହୋଇଥିଲା l
ସାହିତ୍ୟିକ କବି ବନ୍ଧୁ ପରିବାର ର ବାର୍ଷିକ ସମାରୋହ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ସୁରୁଖୁରୁରେ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

