ଭୁବନେଶ୍ୱର: ରିଅଲ୍ମି ପକ୍ଷରୁ ଗୁରୁବାର ନୂଆ ୫ଜି ସ୍ମାର୍ଟଫୋନ୍ ୧୦ ପ୍ରୋ ସିରିଜ୍କୁ ଉନ୍ମୋଚନ କରାଯାଇଛି ଯାହାର ମୂଲ୍ୟ ୧୭,୯୯୯ ଟଙ୍କାରୁ ଆରମ୍ଭ ହୋଇଛି । ରିଅଲ୍ମି ପକ୍ଷରୁ କୁହାଯାଇଛି ଯେ ଜିଓ ସହିତ ମିଶି କଂପାନି ଅନେକ ପ୍ରକାରର ବଣ୍ଡଲ୍ଡ ଅଫର ଶୁଭାରମ୍ଭ କରିବ । ଏହି ସ୍ମାର୍ଟଫୋନ୍ର ବିକ୍ରି ଡିସେମ୍ବର ୧୪ରୁ ଆରମ୍ଭ ହେବ । ଏହି ଅବସରରେ ରିଅଲ୍ମି ଇଣ୍ଡିଆର ସିଇଓ ମାଧବ ସେଠ୍ କହିଛନ୍ତି ଯେ, “୫ଜି ଷ୍ଟାଣ୍ଡ୍-ଏଲୋନ୍, ଏନ୍ଆର୍ସିଏ, ବିଓଏନ୍ଆର୍ ଭଳି ପ୍ରଯୁକ୍ତି ଲାଗି ଜିଓ ସହିତ ରିଅଲ୍ମି ହାତ ମିଳାଇଛି । ଗ୍ରାହକମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବା ଲାଗି ଜିଓ ସହ ସହଭାଗିତାରେ ରିଅଲ୍ମି ପକ୍ଷରୁ ନିର୍ଦିଷ୍ଟ କେତେକ ସୋ’ରୁମ୍ରେ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ ମଧ୍ୟ ସ୍ଥାପନ କରାଯାଇଛି ।’’ ଏହି ସହଯୋଗିତା ସମ୍ପର୍କରେ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ର ସିଇଓ କିରଣ ଥୋମାସ୍ କହିଛନ୍ତି ଯେ, “ରିଅଲମି ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ । ରିଅଲ୍ମି ୧୦ପ୍ରୋ+ ଭଳି ଶକ୍ତିଶାଳୀ ୫ଜି ସ୍ମାର୍ଟଫୋନ୍ର ଦକ୍ଷତାକୁ କେବଳ ଜିଓ ଭଳି ଟ୍ରୁ-୫ଜି ନେଟ୍ୱର୍କ ଜରିଆରେ ପ୍ରଦର୍ଶିତ କରାଯାଇପାରିବ । ଜିଓ ଟ୍ରୁ-୫ଜି ହେଉଛି ଭାରତ ସମେତ ବିଶ୍ୱର ସବୁଠୁ ଉନ୍ନତ ନେଟ୍ୱର୍କ ଅଟେ ।’’ ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଅପରେଟର ଯାହା ଷ୍ଟାଣ୍ଡ୍-ଏଲୋନ୍ ୫ଜି ନେଟ୍ୱର୍କର ଶୁଭାରମ୍ଭ କରୁଛି । ଷ୍ଟାଣ୍ଡ୍-ଏଲୋନ୍ ୫ଜି ନେଟ୍ୱର୍କର ବିଶେଷତ୍ୱ ହେଉଛି ଏହା ୪ଜି ନେଟ୍ୱର୍କ ଉପରେ ଆଦୌ ନିର୍ଭରଶୀଳ ନୁହେଁ । ଏହା ହାଇ ସ୍ପିଡ୍ “ଡାଟା ହାଇୱେ’ ମଧ୍ୟ ପ୍ରସ୍ତୁତ କରିଥାଏ । ରିଅଲ୍ମି ୧୦ପ୍ରୋ+ ୫ଜି ଫ୍ଲାଗ୍ସିପ୍ ଲେବଲ୍ରେ ୧୨୦ ହର୍ଜ କର୍ଭଡ୍ ଭିଜନ ଡିସ୍ପ୍ଲେ ରହିଛି ଏବଂ ଏହି ବର୍ଗର ପ୍ରଥମ ସ୍ମାର୍ଟଫୋନ୍ ଭାବେ ଏଥିରେ ଏହି ସୁବିଧା ଉପଲବ୍ଧ ହୋଇଛି । ଅତି ହାଲୁକା ବଡି ଏବଂ ଆକର୍ଷଣୀୟ ହାଇପର୍ସ୍ପେସ୍ ଡିଜାଇନ୍ରେ ରିଅଲ୍ମି ୧୦ପ୍ରୋ+ ୫ଜି ଆସିଛି । ଏହାର ଓଜନ ହେଉଛି ମାତ୍ର ୧୭୩ ଗ୍ରାମ ଏବଂ ଏଥିରେ ୫୦୦୦ ଏମ୍ଏଏଚ୍ ବ୍ୟାଟେରି ରହିଛି ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ । ଫଟୋପ୍ରେମୀମାନଙ୍କ ପାଇଁ ଏଥିରେ ଫ୍ଲାଗ୍ସିପ୍ ମୋବାଇଲ୍ ଫୋନ୍ ସ୍ତରର ୧୦୮ ଏମ୍ପି ପ୍ରୋଲାଇଟ୍ କ୍ୟାମେରା ରହିଛି । ରିଅଲ୍ମି ୧୦ପ୍ରୋ+ ୫ଜି ହାଇପରସ୍ପେସ୍ ଗୋଲ୍ଡ, ଡାର୍କ ମେଟର ଓ ନେବୁଲା ବ୍ଲୁ ଭଳି ତିନିଟି ରଙ୍ଗରେ ଉପଲବ୍ଧ ।
ଜିଓର ଷ୍ଟାଣ୍ଡ୍-ଏଲୋନ୍ ୫ଜି ନେଟ୍ୱର୍କକୁ ସପୋର୍ଟ କରିବ ନୂଆ ରିଅଲ୍ମି ୧୦ ପ୍ରୋ ସିରିଜ୍ ୫ଜି ସ୍ମାର୍ଟଫୋନ୍
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

