ମାଟିର ସ୍ୱର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଟିର ସ୍ୱର ଲାଗଇ ଅତି ଆପଣା ବିରାଜିଛି ଓଡିଶା ମାଟି ତୀରେ ଏଇ ମାଟି କହେ ଯେ ମାଟି ମାଁ'ର କଥା ମାତୃଭାଷା ଏଇ ହୃଦୟେ ଭରେ ll ସୌର୍ଯ୍ୟ ବୀର୍ଯ୍ୟ ଭରା ଏଇ ଉତ୍କଳ ମାଟି କଳା ସଂସ୍କୃତି ଉତ୍କର୍ଷରେ ପୂର୍ଣ୍ଣ ମାଟିର ସ୍ୱର ଦେଇଛି ଭାଷା ସାହିତ୍ୟେ ଏକ ତେଜ ବିପ୍ଳବର ଆହ୍ୱାନ ll ମାଟିର ସ୍ୱର ବଖାଣେ ମାଟିର କଥା କବି,ଲେଖକ,ଗାଳ୍ପିକଙ୍କ କଥା ଓଡ଼ିଆ ଜାତିପ୍ରୀତି ଗୌରବର କଥା ଗର୍ବେ ଉଠେ ଆମ ଏ ଛାତି ମଥା ll ମାଟିର ସ୍ୱର ପରିଚୟ ବଖାଣିଛି ଏ ଶ୍ରମିକ,ନିଷ୍ପେସିତର କଥା ଏ ସଭିଙ୍କ ସ୍ୱର ସାର ହୋଇଛି ଆଜି ହୋଇଛି ଦୂର ହୃଦୟର ବ୍ୟଥା ll ଏ ମାଟିର ସ୍ୱର ଦେଇଛି ମାନ୍ୟ ସ୍ଥାନ ଛୋଟହୁଁ ବଡ଼ ସଭିଁଙ୍କ କବିତା ସାହିତ୍ୟି କଳା ସଂସ୍କୃତି ହେବ ପୁଷ୍ପିତ ଅଟେ ଏ ମାଟିର ସ୍ୱରର ବାର୍ତ୍ତା ll ତ୍ରିନାଥ ପଟ୍ଟନାୟକ (ଅଧ୍ୟାପକ ତଥା ସାହିତ୍ୟିକ) ଗ୍ରାମ : ଗାନ୍ଧୀ ନଗର ପୋ :/ ଜିଲ୍ଲା : କୋରାପୁଟ ମୋ : 9438362172

powered by social2s