ତରୁଣ ପ୍ରଜ୍ଞା ଭାରତୀ ର ବାର୍ଷିକ ଉତ୍ସବ ସୁରୁଖୁରୁରେ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ / ଜୟପୁର :( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): ତରୁଣ ପ୍ରଜ୍ଞା ଭାରତୀ ଜୟପୁରର ଚତୁଃତ୍ରିଂଶତମ ବାର୍ଷିକ ଉତ୍ସବ ସ୍ଥାନୀୟ ସନ୍ଧ୍ୟା ଫଙ୍କସନ୍ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ଡ. ଗଙ୍ଗାଧର ନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଜୟପୁର ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି,ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ନୂଆଦିଲ୍ଲୀ ଡ. ଚନ୍ଦନା ରାଉଳ, ସମାଜସେବୀ ତଥା ରାଷ୍ଟ୍ରଦୀପ ପ୍ରସାର ସମିତିର ବିଭାଗ ସଂଗଠନ ସମ୍ପାଦକ ଡ. ଜଳେନ୍ଦ୍ର ତ୍ରିପାଠୀ, ସେବାନିବୃତ୍ତ ବିଦ୍ୟୁତ୍ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. କେଦାର ନାଥ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ପ୍ରୀତିସୁଧା ଜେନା ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ମାର୍ଗ ଦର୍ଶନ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ଯଜ୍ଞେଶ୍ଵର ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ସହସମ୍ପାଦକ ମନୋରଞ୍ଜନ ପଣ୍ଡା ଅତିଥି ଆମନ୍ତ୍ରଣ କରିଥିଲେ। ଓଡ଼ିଆ ଅସ୍ମିତାର ଚିରନ୍ତନ ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ପରେ ଛାତ୍ରଛାତ୍ରୀଙ୍କଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଅନୁଷ୍ଠାନର ସଭ୍ୟା ସୁବର୍ଣ୍ଣ କୁମାରୀ ଖିଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଂପାଦକ ଯଜ୍ଞେଶ୍ଵର ପଣ୍ଡା ସଂପାଦକୀୟ ବିବରଣୀ ପାଠ କରିଥଲେ।ଏହି ଅବସରରେ ପତ୍ନତାତ୍ତ୍ୱିକ ଗବେଷକ ଶ୍ରୀରଙ୍ଗ ନାୟକ,ବନବାସୀ ସଙ୍ଗୀତକାର ଗଣେଶ ଚନ୍ଦ୍ର ବିଷୋୟୀ, ବନବାସୀ ସମାଜ ସୁଧାରକ କୁଳମଣି ଜେନା,ଭାରୋତ୍ତଳନରେ ରୌପ୍ୟ ପଦକ ବିଜୟିନୀ ଶୁଭସ୍ମିତା ମହାନ୍ତି, ଆଇନଜୀବୀ ଏସ. ବାବୁରାଓ,ନୀରବ ସାଧକ ପି. ସିମାଞ୍ଚଲମ୍,ଯୁବ ପ୍ରତିଭା ଅମିତ୍ କୁମାର ପୋଡାଲ ଓ ଚୈତନ୍ୟ ନେମାନୀଙ୍କୁ ଅନୁଷ୍ଠାନ ତରଫରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରାୟ ୩୯୫ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଶାବରୀ ସୁକନ୍ୟା ବିଜୟିନୀ ହୀରା ମାଝି,ସାଇବାଣୀ ୱାଡେକା, ସୁଜୟନ୍ତି ବାଲିଆ,ଭଗବତୀ ଦୁରୁଆ ଓ ଜିମେ କୱାସୀଙ୍କୁ ରୌପ୍ୟ ମୁକୁଟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଲକ୍ଷ୍ମୀକାନ୍ତ ମିଶ୍ର ପରିଚାଳନା କରିଥିବାବେଳେ ଉପସଭାପତି ମୀନକେତନ ଦାଶ,ସହ ସମ୍ପାଦକ ରାମଶଙ୍କର ଷଡ଼ଙ୍ଗୀ, ଯୁଗ୍ମ ସମ୍ପାଦକ କେ. ତିରୁପତି ପାତ୍ର , ସଂଗଠନ ସମ୍ପାଦିକା ସବିତା ତ୍ରିପାଠୀ, ଅନୁଷ୍ଠାନର କାର୍ଯ୍ୟକାରିଣୀ ସଭ୍ୟସଭ୍ୟା ରବୀନ୍ଦ୍ର କୁମାର ମହାରଣା, ଅଜୟ ମଲିକ, ଅନନ୍ତ ବିଜୟ ଧୀବର, ସୁବାସ ଚନ୍ଦ୍ର ପଣ୍ଡା, ପ୍ରମୋଦ କୁମାର ରାଉଳ, ସାବିତ୍ରୀ ବେହେରା, ରୀତଞ୍ଜଳି ଡାକୁଆ,କବିତା ସାହୁ,ଲିପିକା ଦଳେଇ , କୃଷ୍ଣଚନ୍ଦ୍ର ହୋତା, ପରମେଶ୍ବର ପାତ୍ର ପ୍ରମୁଖ ମାନପତ୍ର ପାଠ ସହିତ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠାନର ସଦସ୍ୟ ହେମନ୍ତ କୁମାର ଚନ୍ଦ୍ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଡ. ସୁରେଶ ଦାଶ, ବିନୋଦ ମହାପାତ୍ର , କୃଷ୍ଣ କେଶବ ଷଡ଼ଙ୍ଗୀ, ଗୀତା ପ୍ରକାଶ ଚନ୍ଦ୍ର ମିଶ୍ର, ସିମାଞ୍ଚଳ ମିଶ୍ର, ଦେବେନ୍ଦ୍ର ବାହିନୀପତି ଉପସ୍ଥିତ ଥିଲେ।

powered by social2s