କୋରାପୁଟ / ଜୟପୁର :( ରୋପୋର୍ଟ ତ୍ରିନାଥ ପଟ୍ଟନାୟକ ): ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ସାରିଛି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ ଉକ୍ତ ବିଜ୍ଞାନ ମେଳାକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ. ଏହି ମେଳାରେ 68 ବିଦ୍ୟାଳୟର 168 ପ୍ରକଳ୍ପ ଭାଗ ନେଇଥିଲେ.ଏଥି ମଧ୍ୟରୁ 07 ପ୍ରକଳ୍ପ ଜିଲ୍ଲା ସ୍ତର ପାଇଁ ଚୟନ କରାଗଲା ଏଥିରେ ପାଇଥିବା ପ୍ରକଳ୍ପ ମଧ୍ୟରେ ଅର୍ପଣ ଅମୀୟ ପଣ୍ଡା -ମୋଡେର୍ଣ ଇଂଲିଶ ସ୍କୁଲ, ସୁନୀଲ ନାୟକ -ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ରଣ୍ଡାପଲ୍ଲୀ, ଡମୁ ମୁଦୁଲି -ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଗଡ଼ପଦର, ସଞ୍ଜନା ପାଢ଼ୀ -ନାରାୟଣୀ ଇଂଲିଶ ସ୍କୁଲ, ଆଶିଷ ବେହେରା -ସରକାରୀ ଉଚ୍ଚ ବିଦ୍ୟାଳୟ, ଫାଂପୁନି, ସଂଯୁକ୍ତା ମହାନ୍ତି -SSVM ଅରବିନ୍ଦ ନଗର, ସୁମିତ କୁମାର ଦାସ -ସରକାରୀ ଉଚ୍ଚ ବିଦ୍ୟାଳୟ, ପୂଜାରୀପୁଟ ମନୋନୀତ ହୋଇଥିଲେ, ଅପରାହ୍ନରେ ଉଦଯାପନୀ ଅବସରରେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନିଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜୟପୁର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ସୁରେନ୍ଦ୍ର ପଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚିନ କୁମାର ମଲିକ, ବିଶିଷ୍ଠ ଶିକ୍ଷାବିତ ପ୍ରଭାତ ନଳିନୀ ପରିଛା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୃତ୍ୟଞ୍ଜୟ ପଣ୍ଡା ଓ ସୁଦର୍ଶନ ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ. କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷକ ଯାଜ୍ଞଶ୍ୱର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରଧାନ ଶିକ୍ଷକ ସିମାଞ୍ଚଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ, ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଓମ ପ୍ରକାଶ ମିଶ୍ର, ଦିଲ୍ଲୀପ କୁମାର ପଣ୍ଡା, ସୁନୀଲ ପାଢ଼ୀ,ପ୍ରକାଶ ପଟନାୟକ ଦେବି ଦାସ, ଶଙ୍କର ପ୍ରହରାଜ, ଜଗନ୍ନାଥ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ CRCC ସହଯୋଗ କରିଥିଲେ l
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

