ବାରିପଦା: ମହାବଳ ବାଘ ଶିକାର ପରେ ଚମଡ଼ା ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଜଣେ ବ୍ୟକ୍ତିକୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ। ମୟୁରଭଞ୍ଜ ଜିଲ୍ଲା ବାରିପଦା ଉଦଳା ରାସ୍ତାରେ ଆଜି ସକାଳେ ୩ ଜଣ ଶିକାରୀ ବାଘ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ସ୍ୱତନ୍ତ୍ର ଟାସ୍କ ଫୋର୍ସର ଏକ ଟିମ୍ ସେଠାରେ ପହଞ୍ଚି ଗରାଖ ସାଜିଥିଲା ଓ ବାଘ ଛାଲ କିଣିବା ପାଇଁ ମୁଲଚାଲ କରିଥିଲା। ଏହା ପରେ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଅଭିଯୁକ୍ତ ରାଜି ହେବାରୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଜଣେ ଶିକାରୀକୁ ଧରିଥିଲା। ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
powered by social2s

