ପୁରୀ: ଦିନକ ପରେ ମିଳିବ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ଦର୍ଶନ । ଏଥି ପାଇଁ ଆଜି ଜିଲ୍ଲାପାଳ ବଲବନ୍ତ ସିଂହ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକ ପରେ ଜିଲ୍ଲାପାଳ କହିଛନ୍ତି ଯେ ଆସନ୍ତା ୨୩, ୨୪ ଓ ୨୫ ରେ ସେବାୟତ ଙ୍କ ପରିବାରକୁ ଦର୍ଶନ ସୁବିଧା ମିଳିବ। ୨୬ ରୁ ୩୧ ଯାଏଁ ସହରବାସୀ ଦର୍ଶନ ସୁବିଧା ପାଇବେ। ୪ ଘଣ୍ଟା ଯାଏଁ ପ୍ରତି ୱାର୍ଡ ବାସିଙ୍କୁ ମିଳିବ ଦର୍ଶନ ସୁବିଧା। ପ୍ରତିଦିନ ୫ ଟି ୱାର୍ଡ ର ଲୋକ କରିପାରିବେ ଦର୍ଶନ।
ପରିଚୟପତ୍ର ଦେଖାଇବା ପାଇଁ ରହିବ ୮ ରୁ ୧୦ ଟି କାଉଣ୍ଟର।
ପ୍ରବେଶ ପାଇଁ ମାର୍କେଟ ଛକରୁ ମିଳିବ ଚିରକୁଟି ବୋଲି ବୈଠକ ପରେ ଜଣା ପଡିଛି।
powered by social2s

