ମୋବାଇଲ ଓ ଇଣ୍ଟରନେଟ୍ ଯୁଗରେ ମଧ୍ୟ ପୁସ୍ତକ ମେଳାରେ ଭିଡ଼

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର :ମୋବାଇଲ ଓ ଇଣ୍ଟରନେଟ୍ ଯୁଗରେ ମଧ୍ୟ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ପୁସ୍ତକ ମେଳା "ଅକ୍ଷର " ରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି | ଡ଼ିସେମ୍ବର ୯ ତାରିଖ ରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ମେଳା ଡ଼ିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ | ଏହି ମେଳାରେ ସ୍ଥାନ ପାଇଥିବା ୬୦୦ ଟି ଷ୍ଟଲରେ ଓଡ଼ିଆ, ଇଂରାଜୀ, ହିନ୍ଦୀ ଓ ବିଭିନ୍ନ ଭାରତୀୟ ଭାଷାର ପୁସ୍ତକ ଉପଲବ୍ଧ ହେଉଛି | ଦୁଇ ବର୍ଷ କୋଭିଡ କଟକଣା ପରେ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ପୁସ୍ତକ ଦେଖିବା ଓ କିଣିବାର ସୁଯୋଗ ପାଇଛନ୍ତି ପାଠକ ଓ ପାଠିକା |

powered by social2s