ଢେଙ୍କାନାଳ : ଅଲ୍ ଓଡିଶା ଇ.ପି.ଏଫ୍ . ପେନ୍ସନର୍ସ ଆସୋସିଏସନ୍ ଢେଙ୍କାନାଳ ଶାଖାର ବାର୍ଷିକ ସମ୍ମିଳନୀ ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ରାଜ୍ୟସ୍ତରୀୟ ସଂଘ ସଭାପତି ଇଂ . ବିଜୟ କୁମାର ଜେନା , ରାଜ୍ୟ ସମ୍ପାଦକ ତଥା ସର୍ବ ଭାରତୀୟ କୋଅର୍ଡିନେସନ୍ କମିଟିର ଉପସଭାପତି ଭାଗ୍ୟଧର ବ୍ରହ୍ମ , ସଚ୍ଚିଦାନନ୍ଦ ସାମନ୍ତରାୟ ରାଜ୍ୟ କମିଟିର ଉପସଭାପତି ଲକ୍ଷ୍ମଣ କୁମାର ନନ୍ଦ , କୋର୍ କମିଟିର କାର୍ଯ୍ୟକାରୀ ସଭ୍ୟମାନେ ଯୋଗଦେଇଥିଲେ । ସର୍ବଭାରତୀୟ ସ୍ତରରେ ୭୦ ଲକ୍ଷରୁ ଉର୍ଦ୍ଧ୍ବ ଇ.ପି.ଏଫ୍ . ପେନ୍ସନ୍ ଭୋଗୀ ଯେଉଁଥିରେ ପ୍ରାୟ ଓଡିଶାରୁ ୨ ଲକ୍ଷ ପେନ୍ସନ୍ଧାରୀ ଅଛନ୍ତି ମାସିକ ମାତ୍ର ୧ ହଜାର କିମ୍ବା ତାଠୁ କମ୍ ପେନ୍ସନ୍ ପାଉଛନ୍ତି , ଯାହାକି ଅତ୍ୟନ୍ତ ଦୁଃଖଦାୟକ । ଏହା ମଧ୍ୟ ଦୀର୍ଘ ଦିନରୁ ଯିଏ ଯାହା ପାଉଛନ୍ତି ତା’ର ବୃଦ୍ଧି ହୋଇନାହିଁ । ଏହା ସହିତ ମହଙ୍ଗା ଭତା , ଚିକିତ୍ସା ଭତା କିଛି ଦିଆଯାଉନାହିଁ । କେନ୍ଦ୍ର ସରକାରଙ୍କୁ ଭାରତର ପ୍ରତ୍ୟେକ ସାଂସଦ ଓ ମନ୍ତ୍ରୀଙ୍କ ସହିତ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଏହାକୁ ବର୍ଜିତ କରିବା ପାଇଁ ବାରମ୍ବାର ସୁପାରିସ୍ କରିଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏହି ସଳ୍ପ ପେନ୍ସନ୍ ପାଉଥିବା ଯୋଗୁଁ ଏହି ବର୍ଗର ଲୋକମାନେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଉଥିବା କୌଣସି ପ୍ରକାର ସାମାଜିକ କଲ୍ୟାଣକାରୀ ଯୋଜନାରୁ ବଂଚିତ ହେଉଛନ୍ତି । ତେଣୁ ଗତ ୭ ଓ ୮ ତାରିଖରେ ସର୍ବଭାରତୀୟ ସ୍ତରରୁ ପାଖାପାଖୁ ୧୦ ହଜାର ଇ . ପି.ଏଫ୍ . ପେନ୍ସନଭେଗୀ ମାନେ ଦିଲ୍ଲୀର ଯନ୍ତରମନ୍ତର ଓ ରାମଲିଳା ମଇଦାନରେ ଏକତ୍ରିତ ହୋଇ କେନ୍ଦ୍ର , ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ର ସରକାର ବଡବଡ ପୁଞ୍ଜିପତିମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ହଜାର ହଜାର କୋଟି ବକେୟା ଛାଡ କରୁଥିବାବେଳେ ପେନସନଭୋଗୀଙ୍କ ଦୁଃଖ ଦୁର୍ଦ୍ଦଶା ବିଷୟରେ ଚିନ୍ତା ନକରିବା ଦୁର୍ଭାଗ୍ୟଜନକ ଅଟେ ଓ କେବେ ଏହା ବିଚାର କରାଯିବ ଅପେକ୍ଷାରେ ରହିଛନ୍ତି । ରାଜ୍ୟ ସଭାପତି ଓ ସମ୍ପାଦକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଆନ୍ଦୋଳନ ବିଷୟରେ ସଭାରେ ବିସ୍ତୃତ ସୂଚନା ଦେଇଥିଲେ । ଆଜିର ବାର୍ଷିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ କଳକାରଖାନା ଓ ଅର୍ଥ ସରକାର ସଂସ୍ଥାରୁ ନେଇଥିବା ଅବସର ପେନ୍ସନ୍ ଭୋଗୀ ଯୋଗ ଦେଇଥିବାବେଳେ ଉପସଭାପତି ହୃଦାନନ୍ଦ ପ୍ରଧାନ , ଶରତ କୁମାର ରଥ , ସମ୍ପାଦକ ସଦାଶିବ ମିଶ୍ର , ଯୁଗ୍ମ ସଂପାଦକ ଉମାଶଙ୍କର ଦାଶ , ଗୋଲକ ବରାଳ , କୋଷାଧ୍ୟକ୍ଷ ନେତ୍ରାନନ୍ଦ ସାହୁ , କାର୍ଯ୍ୟକାରୀ ସଦସ୍ୟ ବୃନ୍ଦ , ରମେଶ ଚନ୍ଦ୍ର ସାମଲ , ପଠାଣି ପୃଷ୍ଟି , ନିରୋଦ ପଟ୍ଟନାୟକ , ବାଇଧର ଚକ୍ର , ଗୋପିନାଥ ଜେନା , ବାସୁଦେବ ଦେହୁରୀ , ଧୃବ ନାୟକ , ପ୍ରଫୁଲ୍ଲ ପରିଡା , ନିର୍ମଳ ନାୟକ , ଉପଦେଷ୍ଟା ବିରଂଚି କୁମାର ମିଶ୍ର ପ୍ରମୁଖ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ଓ ଉମାଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଅଲ୍ ଓଡିଶା ଇ.ପି.ଏଫ୍ ପେନ୍ସନର୍ସ ଆସୋସିଏସନ୍ ଢେଙ୍କାନାଳ ଶାଖାର ବାର୍ଷିକ ସମ୍ମିଳନୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

