ଭୁବନେଶ୍ବର: ଭୁବନେଶ୍ବର ଜୟଦେବ ବିହାର ସ୍ଥିତ ମେ ଫାୟାର ଲାଗୁନ ପରିସରରେ ପୂର୍ବ ଭାରତ ର ସର୍ବବୃହତ ଫ୍ୟାଶନ ଶୋ', ଫ୍ୟାଶନ କୋଟ୍ୟର ୱିକ୍ (Fashion couture week) ଅନୁଷ୍ଠିତ ହୋଇଯାଇଛି। ମେଟାଲ ମାକ୍ସ ଦ୍ୱାରା ଆୟୋଜିତ ଏହି ଫ୍ୟାଶନ ଶୋ ରେ ଦେଖିବାକୁ ମିଳିଛି ଓଡ଼ିଶାର କଳା ସଂସ୍କୃତି ସମ୍ପନ୍ନ ହସ୍ତକଳା ର ନିଛକ ଝଲକ। ଦେଶ ବିଦେଶର ବହୁ କ୍ଷାତନାମା ମଡେଲ ଙ୍କ ସମେତ ୧୨ ଜଣ ଜଣାଶୁଣା ଫ୍ୟାଶନ ଡିଜାଇନର ଏହି ଶୋ ରେ ଯୋଗ ଦେଇ ନିଜର କଲେକ୍ସନ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରମ୍ପରିକ ଓ ସାଂସ୍କୃତିକ ଗରିମାକୁ ଦୃଷ୍ଟିରେ ରଖି ବୁଣାକାରମାନଙ୍କ ଦ୍ବାରା ତିଆରି କରାଯାଇଥିବା କଲେକ୍ସନ ମଧ୍ଯ ମଞ୍ଚରେ ସ୍ଥାନ ପାଇଥିଲା। ଭାରତର ପ୍ରଥମ ହେଲଥକେୟାର କ୍ଲଦିଙ୍ଗ ବ୍ରାଣ୍ଡ ଅପହିଲ ମଧ୍ଯ ମଞ୍ଚରେ ଲୋକାର୍ପିତ ହୋଇଛି। ଏକ କଂସେପ୍ଟ ଡିଜାଇନିଂ ମଧ୍ଯ ମଞ୍ଚରେ ଦେଖିବାକୁ ମିଳିଛି ଯେଉଁଥିରେ କରୋନା ଯୋଦ୍ଧା ମାନଙ୍କର ତ୍ୟାଗ ଓ ବଳିଷ୍ଠ ଭୂମିକାକୁ ବର୍ଣ୍ଣନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
ଭୁବନେଶ୍ବରରେ ସର୍ବବୃହତ ଫ୍ୟାଶନ ଶୋ' ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

