ନୀଳଗିରି ରୋଡ ନୋଡାଲ ହାଇ ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ୱର: ସବୁ ଆଡେ ଏବେ ହକିର ମାହୋଲ I 2023 ବିଶ୍ୱକପକୁ ଆଉ ଅଳ୍ପ କିଛି ଦିନ ବାକି ଥିବା ବେଳେ ଏଥିପାଇଁ ଉତ୍ସବମୁଖର ସାରା ରାଜ୍ୟ I ଏଥିରୁ ମଧ୍ୟ ବାଦ ପଡିନି ବାଲେଶ୍ୱର ଜିଲ୍ଲା I ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ୱର ଜିଲ୍ଲା ଏବେ ହକି ବିଶ୍ୱକପକୁ ସ୍ମରଣୀୟ କରିବା ପାଇଁ ବେଶ ତତ୍ପର I ଏହା ଆଜି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ପଞ୍ଚାୟତରେ ଥିବା ନୀଳଗିରି ରୋଡ ନୋଡାଲ ହାଇସ୍କୁଲ ବାର୍ଷିକ କ୍ରୀଡ଼ା ଉତ୍ସବ ଅବସରରେ I ପ୍ରତ୍ୟେକ ବିଦ୍ୟାଳୟ ମାନଙ୍କରେ ହକି ବିଶ୍ୱକପ ଅବସରରେ ଉତ୍ସବ ପାଳନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏହି କ୍ରମରେ ନୀଳଗିରି ରୋର୍ଡ ନୋଡାଲ ହାଇସ୍କୁଲ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା I ଏହି ଉତ୍ସବରେ ବରୁଣସିଂ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସାନ୍ତା ଦାସ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଓଡ଼ିଆ ସଙ୍ଗୀତରେ ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଵା ବେଳେ ସମିତି ସଭ୍ୟା ଶ୍ରୀମତୀ ସାନ୍ତା ଦାସ ମଧ୍ୟ ପିଲାମାନଙ୍କ ସହ ମିଶି ନୃତ୍ୟ କରିଥିଲେ I ଜନ ପ୍ରତିନିଧି ପିଲାଙ୍କ ସହ ମିଶି ନୃତ୍ୟ ପରିବେଷଣକୁ ନେଇ ବେଳେ ପୂରା ବିଦ୍ୟାଳୟରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା I

powered by social2s