ମାଓବାଦୀଙ୍କ ଭୟରେ ଗାଁ ଛାଡିଲେ ପରିବାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ମାଲକାନଗିରି: ପ୍ରଜା କୋର୍ଟରେ ନିଷ୍ପତି ପରେ ଗାଁ ଛାଡିଲେ ଗୋଟିଏ ପରିବାରର ତିନି ସଦସ୍ୟ।

 

ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସନ୍ୟାସୀଗୁଡା ଗାଁ ରେ।

 

ପୋଲିସ ଇନଫର୍ମର ସନ୍ଦେହରେ ଏହି ପରିବାରକୁ ଗାଁ ରୁ ତଡିଲେ ନକ୍ସଲ।

 

ନଭେମ୍ବର ୨୬ ଏନକାଉଣ୍ଟରକୁ ନେଇ ଏହି ପରିବାର ଉପରେ ସନ୍ଧେହ କରୁଛନ୍ତି ମାଓବାଦୀ ।

 

ସୁଚନା ଅନୁଯାୟୀ, ଗତ ୨୬ ତାରିଖରେ ଯନ୍ତ୍ରୀ ପଞ୍ଚାୟତ ର ତୋଟାଗୁଡ ଗ୍ରାମ ରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟର ମାନୁ ଗଲୋରି ପୋଲିସ କୁ ମାଓବାଦୀ ଙ୍କ ବିଷୟରେ ପୋଲିସ କୁ ଖବର ଦେଲା ପରେ ହୋଇଥିଲା ବୋଲି ସନ୍ଦେହ କଲେ ନକ୍ସଲ।

 

ତିନି ଦିନ ପୂର୍ବରୁ କେତେକ ମାଓବାଦୀ ସ୍ବାଭିମାନ ଅଂଚଳ ସନ୍ୟାସୀଗୁଡା ଗାଁ ରେ ପହଂଚି ଏକ ପ୍ରଜା କୋର୍ଟରେ ଗୋଲରୀଙ୍କୁ ଗାଁ ଛାଡିବାକୁ ଧମକ ଦେଇଥିଲେ।

 

ଏହା ପରେ ଗତ ରାତିରେ ମାନୁ ଗଲୋରି ନିଜ ଜୀବନ ବଞ୍ଚାଇବା ପାଇଁ ତାଙ୍କ ସ୍ତ୍ରୀ ଓ ଝିଅ ସହ ଭିଟାମାଟି ଛାଡି କାଇମାଟି ଗ୍ରାମ ସ୍ଥିତ ନିଜ ସମ୍ପର୍କୀୟ ଘରେ ପହଞ୍ଚିଥିଲେ। ମାତ୍ର ସେଠାରେ ନିଜକୁ ଅସୁରକ୍ଷିତ ଅନୁଭବ କରି ଚିତ୍ରକୋଣ୍ଡା ଅଭିମୁଖେ ଯାତ୍ରା କରିଥିବା ଜଣା ପଡ଼ିଛି।

 

powered by social2s