ଆସନ୍ତାକାଲି ଯୀଶୁଖ୍ରୀଷ୍ଟଙ୍କର ଜନ୍ମୋତ୍ସବ ପାଳନ ପାଇଁ ଓଡିଶାର ସମସ୍ତ ଚର୍ଚ୍ଚରେ ପ୍ରସ୍ତୁତି ଶେଷ ହୋଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଝଲସୁଛି କ୍ୟାଥୋଲିକ୍ ଚର୍ଚ୍ଚ। ସେହିପରି ରାଇକିଆରେ ମଧ୍ଯ ଖ୍ରୀଷ୍ଟମାସକୁ ଧୁମଧାମରେ ପାଳନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ସେହିପରି ଭୁବନଶ୍ବର ସତ୍ୟନଗରରେ ଥିବା କ୍ୟାଥୋଲିକ ଚର୍ଚ୍ଚ ଲିଚୁମାଳରେ ଆଲୋକିତ କରାଯାଇଛି। ରାଜଧାନୀର ୟୁନିଟ-୪ ସ୍ଥିତ ୟୁନିୟନ୍ ଚର୍ଚ୍ଚ ରେ ଆଜି ସକାଳୁ କିଛି ଶ୍ରଦ୍ଧାଳୁ ବାଇବେଲ୍ ପଢୁଥିବା ଦେଖିବାକୁ ମିଳିଥିଲା। ଏହି ଭାଇଚାରା ଓ ସ୍ନେହ ବାଣ୍ଟିବା ର ପର୍ବ ବଡଦିନ ପାଳନ କରିବା ପାଇଁ ଘରେ ମଧ୍ୟ ବିଭିନ୍ନ ପ୍ରକାର ଆୟୋଜନ କରିଛନ୍ତି ଶ୍ରଦ୍ଧାଳୁ।
powered by social2s

