ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଯୁବ ଅଧ୍ୟାପକ ତଥା ସମାଜସେବୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ନିଜ ଜନ୍ମଦିନ ସମସ୍ତଙ୍କ ପାଇଁ ଏକ ଖୁସି ଓ ଉତ୍ସାହର ଦିନ ହୋଇ ଥାଏ । କେବଳ ଯେ ଏହି ଦିନଟି ସେଇ ବ୍ୟକ୍ତି ନୁହେଁ ବରଂ ତାଙ୍କର ପରିବାର ଓ ତାଙ୍କୁ ଭଲ ପାଉଥିବା ସମସ୍ତଙ୍କ ପାଇଁ ଖୁସି ଓ ଉତ୍ସାହର ଦିନ। ଆଜି ଆମେ ଆପଣଙ୍କୁ ଏଭଳି ଯୁବ ଶିକ୍ଷକଙ୍କ ଜନ୍ମଦିନ କାହାଣୀ ବିଷୟରେ କହିବୁ ଯାହାକି କୌଣସି ଚଳଚ୍ଚିତ୍ରର ଅଭିନୟ କରୁଥିବା ହିରୋ ଠୁ କମ ନୁହେଁ। ଏହି ଯୁବକ ଅଧ୍ୟାପକଙ୍କ ନାମ ତ୍ରିନାଥ ପଟ୍ଟନାୟକ l ଘର କୋରାପୁଟ ଜିଲ୍ଲା ଗାନ୍ଧୀ ନଗରଠାରେ l ସାମାଜିକ ଜୀବନରେ ମଧ୍ୟ ତାଙ୍କ ବୃକ୍ଷରୋପଣ କାର୍ଯ୍ୟ ଦ୍ୱାରା ନିଜ ଅଞ୍ଚଳରେ ସେ ଖୁବ ପରିଚିତ l କେବଳ ସାମାଜିକ କି ଶିକ୍ଷା କ୍ଷେତ୍ରରେ ସୀମିତ ନୁହନ୍ତି ସେ , ସମାଜକୁ ସଂସ୍କାର କରିବା ପାଇଁ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହାବିଦ୍ୟାଳୟର ପିଲାଙ୍କୁ ପାଠ ପଢ଼ାଇ ନିଜ ଅଞ୍ଚଳରେ ଖୁବ୍ ଭଲ ଓ ସକ୍ରିୟ ଭାବେ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି ତ୍ରିନାଥ l ଏହିଭଳି ଏକ ବ୍ୟକ୍ତିତ୍ୱ ଯିଏ କି ଏକାସହିତ ଶିକ୍ଷକ, ସାମାଜିକ କାର୍ଯ୍ୟକର୍ତ୍ତା ଓ ମାନବ ପ୍ରେମୀ ଅଟନ୍ତି l ବର୍ତ୍ତମାନ ସମୟରେ ପାଇବା ଦୁର୍ଲଭ lଆଜି ହେଉଛି ଏହି ଯୁବ ଅଧ୍ୟାପକଙ୍କ ଜନ୍ମଦିନ l ଆଜି ନିଜ ଜନ୍ମଦିନ ବିଷୟରେ ସର୍ବପ୍ରଥମ ତାଙ୍କୁ ତାଙ୍କର ଛାତ୍ରଛାତ୍ରୀ,ସାହିତ୍ୟିକ ମନେ ପକେଇ ଦେଇଥିଲେ l ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଆସି ନିଜ ଶିକ୍ଷକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଥିଲେ l ପରେ ପରେ ବନ୍ଧୁ ବାନ୍ଧବ ଓ ପରିବାର ଲୋକଙ୍କ ଶୁଭେଚ୍ଛାର ସୁଅ ଛୁଟିଉଠିଥିଲା l ଏହି ମିଷ୍ଟ ଭାଷୀ ଓ ମେଳାପୀ ବ୍ୟକ୍ତି ସମସ୍ତଙ୍କ ଅତି ପ୍ରିୟ ଅଟନ୍ତି lତେବେ ନିଜ ଜନ୍ମଦିନରେ ସେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଆଜି କୋରାପୁଟ ସ୍ଥିତ ସର୍ବୋଦୟ ସମିତିକୁ ଯାଇ ସେ ଛୋଟ ଛୋଟ ପିଲାଙ୍କୁ ଚକୋଲେଟ ଏବଂ ବିସ୍କୁଟ ଭଳି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ଏଭଳି ଖୁସିର ଦିନରେ ସମସ୍ତେ ମଉଜ ମସ୍ତି ଓ ବୁଲା ବୁଲି କରି ପାଳନ କରୁଥିବା ବେଳେ ସେ ଏହି ଦିନରେ ସେ ସର୍ବୋଦୟ ସମିତି ଆଶ୍ରମକୁ ଯାଇ ଛୋଟ ଛୋଟ ପିଲାଙ୍କ ଗ୍ରହଣରେ ନିଜ ଜନ୍ମଦିନ ପାଳନ କରିଛନ୍ତି l ସେ କହିଛନ୍ତି ଯେ ନିଜ ଜନ୍ମଦିନରେ ଏହି କୁନି କୁନି ପିଲାଙ୍କ ଗ୍ରହଣରେ ଖୁସି ବାଣ୍ଟିବା,ଅସହାୟଙ୍କ ନିକଟରେ ନିଜକୁ ସାମିଲ୍ କରିବାଠୁ ପୁଣ୍ୟ ଆଉ କଣ ହେବ l ତାଙ୍କର ଏଭଳି ମହତ ଚିନ୍ତା ଓ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ଓ ଉଦାହରଣ ହୋଇ ରହିବ । ତାଙ୍କର ଏହି ଜନ୍ମ ଦିବସ ଅବସରରେ ଯୁବ ଶିକ୍ଷକ ତଥା ସମାଜସେବୀ ହରିହର ପଟ୍ଟନାୟକ ସହଯୋଗ କରିଥିବା ଦେଖିବାକୁ ମିଳିଅଛି l ଏଭଳି କାର୍ଯ୍ୟ ଓ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରୁଥିବା ଏହି ଯୁବ ଅଧ୍ୟାପକଙ୍କୁ ସର୍ବୋଦୟ ସମିତିର କର୍ମକର୍ତ୍ତାଙ୍କ ତରଫରୁ ତଥା ସବୁ ମହଲରୁ ଉଚ୍ଚ ପ୍ରଶଂସାର ସୁଅ ଛୁଟୁଅଛି l

powered by social2s