ନୂଆଦିଲ୍ଲୀ ଠାରେ ପାଳନ ହେବାକୁ ଥିବା ଆଜାଦିକି ଅମୃତ ମହୋତ୍ସବ ପୂର୍ତ୍ତି ଅବସରରେ ଓଡ଼ିଶୀ ନୃତ୍ୟକଳା ପରିବେଷଣ କରିବା ପାଇଁ ଯୋଗ୍ୟ ବିବେଚିତ ହେଲେ ନୃତ୍ୟଶିଳ୍ପୀ ଗୁରୁ ଶ୍ରୀମତୀ ଦୀପ୍ତି ରାଉତରାୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆନ୍ତର୍ଜାତୀୟ ଖ୍ୟାତସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଶ୍ରୀମତୀ ଦୀପ୍ତି ରାଉତରାୟଙ୍କ ଦ୍ବାରା ପରିଚାଳିତ ଆମ ରାଜ୍ୟର କଟକଠାରେ ଅବସ୍ଥିତ " ବିଶ୍ଵନାଥ ସଙ୍ଗୀତାଳୟ " ର କଳାକାରମାନେ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ନୂଆଦିଲ୍ଲୀ ଠାରେ ଆୟୋଜିତ "ବନ୍ଦେ ଭାରତମ" ନୃତ୍ୟୋତ୍ସବର ଗ୍ରାଣ୍ଡ ଫିନାଲେରେ ସଫଳତାର ସହ କୃତିତ୍ୱ ହାସଲକରି ଆସନ୍ତା ଜାନୁଆରୀ ମାସ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀ ଠାରେ ପାଳନ ହେବାକୁ ଥିବା ଆଜାଦିକି ଅମୃତ ମହୋତ୍ସବ ପୂର୍ତ୍ତି ଅବସରରେ ଓଡ଼ିଶୀ ନୃତ୍ୟକଳା ପରିବେଷଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ପୂର୍ବରୁ ଶ୍ରୀମତୀ ରାଉତରାୟ ଙ୍କ ପ୍ରଶିକ୍ଷଣ ଓ ତତ୍ବାବଧାନରେ ଅନୁଷ୍ଠାନର କୃତି ନୃତ୍ୟଶିଳ୍ପୀ ମାନେ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଓ କୋଲକାତା ଠାରେ ଅନୁଷ୍ଠିତ ପୂର୍ବାଞ୍ଚଳସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ ପୂର୍ବକ ଏହି ଜାତୀୟସ୍ତରର ସମ୍ମାନଜନକ ପ୍ରଦର୍ଶନ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏଭଳି ଏକ ବିରଳ ସଫଳତା ଆମ ସାରା ରାଜ୍ୟ ପାଇଁ ଏକ ଗୌରବମୟ ଅନୁଭୂତି ।

powered by social2s