ପ୍ରଫେସର ସୁନୀଲ ଙ୍କ ପାଇଁ ସୁନାବେଡ଼ା ପ୍ରେସ କ୍ଲବ ରେ ଶୋକ ସଭା, ତାଙ୍କ ନାମରେ ପୁରସ୍କାର ରଖାଯିବାକୁ ପ୍ରସ୍ତାବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

--କୋରାପୁଟ / ସୁନାବେଡ଼ା :( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ):କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ର ଅତିଥି ପ୍ରଫେସର ତଥା ଓଡ଼ିଶା ତଥା ଦେଶର ବିଖ୍ୟାତ ସାମ୍ୱାଦିକ ଓ ଗଣ ଯୋଗାଯୋଗ ବିଭାଗ ର ଶିକ୍ଷାବିତ ପ୍ରଫେସର ସୁନୀଲ କାନ୍ତ ବେହେରା ଙ୍କ ବିୟୋଗ ରେ ସାମ୍ୱାଦିକ ଜଗତ ମର୍ମାହତ ହୋଇଛି, ଏହି ଅବସର ରେ ସୁନାବେଡ଼ା ପ୍ରେସ କ୍ଲବ ପରିସରରେ ଏକ ଶୋକ ସଭା ଅନୁଷ୍ଟିତ ହୋଇଥିଲା। ସମସ୍ତ ସଭ୍ୟ ତାଙ୍କର ସ୍ମୃତି ଚାରଣ କରିଥିଲେ। ଖୁବ୍ କମ ଦିନରେ ସେ ସୁନାବେଡ଼ା ପ୍ରେସ କ୍ଲବ ର ନିକଟ ତର ହୋଇ ଥିଲେ। ଚଳିତ ବର୍ଷ ସୁନାବେଡ଼ା ପ୍ରେସ କ୍ଲବ ର ବାର୍ଷିକ ଉତ୍ସବରେ ମୂଖ୍ୟ ବକ୍ତା ଭାବେ ଯୋଗ ଦେଈ ପ୍ରଫେସର ସୁନୀଲ କହିଥିଲେ ଗଣ ମାଧ୍ୟମ ସବୁବେଳେ ଲୋକଙ୍କ ନିକଟ ତର ହେବା ଉଚିତ, କୋରାପୁଟ ର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନୀତ କରିଥିବାରୁ ପ୍ରେସ କ୍ଲବ କୁ ପ୍ରଶଂସା କରିଥିଲେ ଓ ଅହରହ ଉପଦେଶ ଦେଉଥିଲେ କ୍ଲବ ସଦସ୍ୟ ଙ୍କୁ ବୋଲି କହିଥିଲେ ସୁନାବେଡ଼ା ପ୍ରେସ କ୍ଲବ ର ସଭାପତି ଦିଲିପ ମହାନ୍ତି, ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ବାବୁ ମନୋଜ ପଟ୍ଟନାୟକ, ସମ୍ପାଦକ ସନ୍ତୋଷ ପୋଲେଇ, କୋଷାଧ୍ୟକ୍ଷ କୃତିବାସ ପ୍ରଧାନ , କୃଷ୍ଣ ଚନ୍ଦ୍ର ଗଲୋରୀ, ପ୍ରଭାକର ରାଓ, ଦଶରଥ ମାଛ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ପ୍ରେସ କ୍ଲବ ବାର୍ଷିକ ଉତ୍ସବ ରେ ପ୍ରଫେସର ସୁନୀଲ କାନ୍ତ ବେହେରା ଙ୍କ ନାମରେ ରାଜ୍ୟ ର ଶ୍ରେଷ୍ଠ ସାମ୍ୱାଦିକ ଜଣଙ୍କୁ ପୁରସ୍କୃତ କରାଯିବ ବୋଲି ନିଷ୍ପତି ନିଆ ଯାଇଥିଲା।

powered by social2s