ଭୁବନେଶ୍ୱର: ଓଡ଼ିଶାରେ କରୋନାକୁ ନେଇ ବର୍ତ୍ତମାନ ପରିସ୍ଥିତିରେ ଚିନ୍ତିତ ହେବାର ଆବଶ୍ଯକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଶାଳିନୀ ପଣ୍ଡିତ। ଆଜି କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ଏକ ସମୀକ୍ଷା ବୈଠକ ପରେ ଏକ ପ୍ରେସବାର୍ତ୍ତା ମାଧ୍ଯମରେ ସ୍ୱାସ୍ଥ୍ୟ ବିଭାଗର ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ଆମ ରାଜ୍ଯରେ ଦୈନିକ ୫ ରୁ ୭ଟି କୋଭିଡ୍ ମାମଲା ଚିହ୍ନଟ ହେଉଛି। ଗତ ୩ ମାସରେ କୋଭିଡ୍ ମାମଲା କମି କମି ଆସୁଛି। ରାଜ୍ୟ ରେ ୯୦ ପ୍ରତିଶତରୁ ଅଧିକ ଲୋକ ୨ଟି ଡୋଜ୍ ଟିକାକାରଣ କରିସାରିଛନ୍ତି। ତେଣୁ ବର୍ତ୍ତମାନ କୋଭିଡ ପରିସ୍ଥିତି ଭଲ ରହିଛି। ଟେଷ୍ଟିଙ୍ଗ ରେଟ୍ ଜାତୀୟ ସ୍ତର ରୁ ଅଧିକ ରହିଛି। ଏହି ସବୁକୁ ଦୃଷ୍ଟି ରେ ରଖି କୌଣସି କଟକଣା ଲଗାଯାଇନାହିଁ। କେବଳ ଗହଳି ସ୍ଥାନ କୁ ଗଲେ ମାସ୍କ୍ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି। ହସ୍ପିଟାଲ ଗୁଡିକରେ ଟେଷ୍ଟିଙ୍ଗ କିଟ୍, ଔଷଧ ଓ ଅକ୍ସିଜେନ୍ ଯଥେଷ୍ଟ ପରିମାଣରେ ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି।
powered by social2s

