ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ 5G

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ 5G କାମ ଶେଷ ହେବା ପ୍ରତିଶୃତି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ରେଳ ଷ୍ଟେସନର ନବକଳେବର ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ବୈଷ୍ଣବ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G କାମ ଜାନୁଆରୀ ୨୬ ପୂର୍ବରୁ ଶେଷ ହେବ। ପୂର୍ବରୁ ରେଳ ପାଇଁ ୮୦୦ କୋଟି ମିଳୁଥିଲା, ଏବେ ୧୦ ହଜାର କୋଟି ମିଳୁଛି। ଓଡ଼ିଶାରେ ୩୬ଟି ଷ୍ଟେସନର ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଜୁର କରିଛନ୍ତି। ବିମାନବନ୍ଦର ଭଳି ହେବ ଭୁବନେଶ୍ୱର ରେଳ ଷ୍ଟେସନ। ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ନିଆଯାଇଛି ନିଷ୍ପତ୍ତି। ଏହି ଅବସରରେ ଆଜି ପୁରୀ-ଜଳେଶ୍ବର ମେମୁ ଟ୍ରେନ୍ ର ଶୁଭାରମ୍ଭ ହୋଇଛି ଓ ଦୁଇ ମାସ ଭିତରେ ପୁରୀକୁ ଚାଲିବ ଜଗନ୍ନାଥ ଏକ୍ସପ୍ରେସ ବୋଲି ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ, ପ୍ରହଲ୍ଲାଦ ଯୋଶୀ, ସଂସଦ ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁରେଶ ରାଉତରାୟ ଉପସ୍ଥିତ ଥିଲେ।

powered by social2s