ଧୁମଧାମ୍ ରେ ପାଳନ ହେବ ଜିରୋ ନାଇଟ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରେ ଜିରୋ ନାଇଟ୍ ପାଳନ ପାଇଁ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ପପ୍ ରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨ବର୍ଷ ପରେ ଚଳିତ ବର୍ଷ ବିନା କଟକଣା ରେ ଜିରୋ ନାଇଟ୍ ପାଳନ ହେଉଥିବାରୁ ଯୁବପିଢିଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଛି। ଜିରୋ ନାଇଟ ପାଇଁ ଓଡ଼ିଶା ଆସୁଛନ୍ତି ନାମୀ କଳାକାର, ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀ। ଭୁବନେଶ୍ୱରରେ ରଙ୍ଗୀନ୍ ଆଲୋକରେ ବିଭିନ୍ନ ହୋଟେଲ ଗୁଡ଼ିକୁ ସଜା ଯାଇଛି। ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ବିଭିନ୍ନ ହୋଟେଲରେ ଟିକେଟର ମୂଲ୍ୟ ୫୦୦ ରୁ ୨୦୦୦ ଟଙ୍କା ମଧ୍ୟରେ ରହିଥିବା ସୂଚନା ମିଳିଛି। ରାଜଧନୀରେ ଘର ଭିତରେ ଜିରୋ ନାଇଟ ପାଳନ ପାଇଁ ରାତି ୧୨ଟା ଓ ବାହାରେ ପାଳନ କରିବା ପାଇଁ ରାତି ୧୦ଟା ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ୍ ଅନୁମତି ଦେଇଛି।

powered by social2s