ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନର ସହ ନୂଆବର୍ଷ ଆରମ୍ଭ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଅସ୍ଥାୟୀ ସେଡ୍ ଓ ବ୍ୟାରିକେଟରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଜିଠାରୁ ଜାନୁଆରୀ ୧ ପର୍ଯ୍ୟନ୍ତ ମାର୍କେଟଛକ ଠାରୁ ଶ୍ରୀନଅର ଯାଏଁ ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୁରୀ ସମୁଦ୍ରକୂଳରେ ମଧ୍ୟ ପର୍ଯ୍ୟଟକ ମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳୁଛି।
powered by social2s

