ବିଦ୍ଯାଳୟ ହତା ମଧ୍ୟରେ ସାମାଜିକ ନାଟକ ପରିବେଷଣ :ଜିଲ୍ଲାପାଳଙ୍କୁ ଅଭିଯୋଗ କଲା ବିଜେପି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଦଳା:ସରକାର କୋଟି କୋଟି ଟଙ୍କା ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି। ବିଦ୍ୟାଳୟ ଗୁଡିକ ପରିଚାଳନା ପାଇଁ ନିର୍ଦ୍ଧିଷ୍ଟ ଗାଇଡଲାଇନ ମଧ୍ୟ ପ୍ରଚଳନ କରିଛନ୍ତି। ତେବେ ଖୋଦ୍ ସରକାରୀ ଦଳର ନେତାମାନେ ଖୋଲାଖୋଲି ଶିକ୍ଷା ଆଇନ ର ଧଜିଆ ଉଡାଇବାକୁ ପଛାଉ ନଥିବା ଅଭିଯୋଗ କରିଛି ବିଜେପି।ସୂଚନା ଅନୁଯାୟୀ ଗତକାଲି କୋଦଳା ନିକଟସ୍ଥ ମର୍ଦ୍ଦମେଖ ସରକାରୀ ହାଇସ୍କୁଲ ପରିସରରେ ଏକ ସାମାଜିକ ନାଟକ ପରିବେଷଣକୁ ନେଇ ଅଭିଯୋଗ କରିଛି ବିଜେପି। ଅଭିଯୋଗ ଅନୁସାରେ ମର୍ଦ୍ଦମେଖ ସରକାରୀ ହାଇସ୍କୁଲ କ୍ଯାମ୍ପସ୍ ଭିତରେ ଗୁରୁବାର ଏକ ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏହି ନାଟକ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ମାନେ ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତେବେ ବିଦ୍ୟାଳୟ ହତା ମଧ୍ୟରେ ପ୍ରାଇଭେଟ ଅନୁଷ୍ଠାନ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରିବାପାଇଁ ବାରଣ ରହିଥିବା ବେଳେ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ବିଜେପି ଉପସଭାପତି ଅନୀତା ଶୁଭଦର୍ଶନୀ। ଏନେଇ ମେଲ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ସହ ଆଇନଗତ ଓ ବିଭାଗୀୟ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ବିଦ୍ୟାଳୟ ପରିସରରେ ନାଟକ ପରିବେଷଣକୁ ନେଇ ଏବେ ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି। ରିପୋର୍ଟ :ଦେବାଶିଷ ମହାରଣା

powered by social2s