ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ରେଳ ଷ୍ଟେସନରେ ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ଧରାପଡ଼ିଛି ଦ୍ୱିତୀୟ ଅଭିଯୁକ୍ତ। ତା’ ନାଁ ବୁଲୁ ନାୟକ। ତାକୁ କଟକ ଜିଲ୍ଲା ବାଙ୍କୀ ପଦନପୁରରୁ ଗିରଫ କରିଛି ଜିଆର୍ପି। ପୂର୍ବରୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ମଲ୍ଲିକକୁ ମଧ୍ୟ ପଦନପୁରରୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ବୁଲୁ ନାୟକ ମଧ୍ୟ ଏକ ମାଛ ଦୋକାନରେ କାମ କରୁଥିଲା। ଏହି ଘଟଣା ପରଠୁ ସେ ଫେରାର ହୋଇଯାଇଥିଲା। ସେ ତା’ ମୋବାଇଲ ସୁଇଚ୍ ଅଫ୍ କରି ନନ୍ଦନକାନନ ଓ ଚନ୍ଦକା ଆଦି ଅଞ୍ଚଳରେ ଲୁଚି ରହିଥିଲା। ରାଜ୍ୟ ବାହାରକୁ ଫେରାର ହୋଇଯିବାକୁ ସେ ଯୋଜନା କରିଥିଲା। ସେଥିପାଇଁ ସେ ଘର ଲୋକଙ୍କ ସହିତ ଯୋଗାଯୋଗ କରି ପଇସାପତ୍ର ଯୋଗାଡ଼ କରୁଥିଲା। ତେବେ ସେ ପଦନପୁରରେ ଥିବା ନେଇ ଜିଆର୍ପି କୌଣସି ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା ଓ ବୁଲୁ ନାୟକକୁ ଗିରଫ କରିଥିଲା।
powered by social2s

