ଅନୁଦାନପ୍ରାପ୍ତ ଘରୋଇ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧି କଲେ ଓଡ଼ିଶା ସରକାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଗ୍ରାଣ୍ଟ ଇନ୍ ଏଡ୍ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ଅନୁଦାନପ୍ରାପ୍ତ ଘରୋଇ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧି କରାଯାଇଛି। ଏହା ପିଛିଲା ଭାବେ ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ। ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧି ପରେ ଉପକୃତ ହେବେ ରାଜ୍ୟର ୧୫,୭୭୧ ଶିକ୍ଷକ ଓ କର୍ମଚାରୀ। ବର୍ଦ୍ଧିତ ଦରମା ପାଇଁ ବାର୍ଷିକ ୨୯୦ କୋଟି ଟଙ୍କା ବ୍ୟୟ ହେବ। ଏହା ବ୍ୟତୀତ, ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଗୋବରୀ ଘାଟ ସୁବର୍ଣ୍ଣରେଖାରେ ହେବ ସେତୁ। ସେତୁ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ମିଳିଛି ମଞ୍ଜୁରୀ। ଗ୍ରାମୀଣ ପାଇପ୍ ଜଳ ଯୋଗାଣରେ ଦୁଇଟି ପ୍ରକଳ୍ପକୁ ମିଳିଛି କ୍ୟାବିନେଟ ଅନୁମୋଦନ। ଯାଜପୁର ଜିଲ୍ଲାର ବରୀ ଓ କୋରେଇ ବ୍ଲକ୍ ରେ ହେବ ପ୍ରକଳ୍ପ। ପାଞ୍ଚ ବର୍ଷରେ ପ୍ରକଳ୍ପ କାମ ସରିବା ପାଇଁ ଲକ୍ଷ୍ୟ ରହିଛି। ନିଷ୍ପତ୍ତି ଅନୁଯାୟୀ, କ୍ୟାନ୍ସର ରୋଗୀଙ୍କ ପାଇଁ ଜମି ଯୋଗାଇ ଦେବେ ରାଜ୍ୟ ସରକାର। ବାଗ୍ଚି ଶ୍ରୀଶଙ୍କର କ୍ୟାନ୍ସର କେୟାର ସେଣ୍ଟର କୁ ଦୁଇ ଏକର ଜମି ଦିଆଯିବ। ଚିକିତ୍ସା ବେଳେ ରୋଗୀ ରହିବାକୁ ଉକ୍ତ ଜମିରେ ଘର ନିର୍ମାଣ କରାଯିବ। ଜିଏସ୍ଟି ଓ ସିଟିରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କ କ୍ୟାଡର ରୁଲ୍ ପ୍ରସ୍ତାବକୁ ମଧ୍ୟ ମିଳିଛି କ୍ୟାବିନେଟ ମଞ୍ଜୁରୀ। ଉଭୟ ବିଭାଗରେ କାର୍ଯ୍ୟ କରୁଥିବା ୧୪୭ ଅପରେଟରଙ୍କ ପାଇଁ କ୍ୟାଡର ରୁଲ୍। କୋର୍ଟ ନିର୍ଦେଶରେ ପୂର୍ବରୁ ଚାକିରି ସ୍ଥୟୀ ହୋଇଥିଲେ ବି କ୍ୟାଡର ରୂଲ୍ ନଥିଲା।

powered by social2s