ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର, ଦର୍ଶନ କରୁଛନ୍ତି ସେବାୟତ ଓ ତାଙ୍କ ପରିବାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ଖୋଲିଲା ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। କୋଭିଡ ଦୀର୍ଘ ୯ ମାସ ହେଲା ବନ୍ଦ ରହିଥିଲା ମନ୍ଦିର।

 

ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ଥିବାରୁ ସକାଳୁ ସେମାନେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି।

 

ଡିସେମ୍ବର ୩୧ ଯାଏଁ କେବଳ ସେବାୟତଙ୍କ ପରିବାର ଲୋକେ ହିଁ ଦର୍ଶନ କରିବେ। ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି। ଶ୍ରଦ୍ଧାଳୁ ଧାଡିରେ ଆସି ପରିଚୟପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରୁଛନ୍ତି। ସେବାୟତ ମାନଙ୍କ କୋଭିଡ ଟେଷ୍ଟ ମଧ୍ୟ କରାଯାଇଛି।

 

ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରହିବ। ସେହିପରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ବାସିନ୍ଦା ଦର୍ଶନ କରିପାରିବେ।

 

ଜାନୁଆରୀ ୬ ରୁ ସାଧାରଣ ଲୋକେ ଦର୍ଶନ ସୁଯୋଗ ପାଇପାରିବେ।

 

 

powered by social2s