ଦିଲ୍ଲୀର କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀର କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ଯ ପରେଡ୍‌ରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍‌ହା ଏଲ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରା‌ଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଦେଶ ପାଇଁ ଜୀବନ ଦେଇଥିବା ବୀରମାନଙ୍କୁ ଶ୍ରୀଦ୍ଧାଞ୍ଜଳି ଅର୍ପଣ କରିଥିଲେ। କର୍ତ୍ତବ୍ୟ ପଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମିଶର ଦେଶର ରାଷ୍ଟ୍ରପତି ଅବଦେଲଖ୍‌ ଫତ୍‌ହା ଏଲ୍‌ ଗଣତନ୍ତ୍ର ଦିବସ ସମାରୋହରେ ଅଂଶ ଗ୍ରହଣ କରିବାପାଇଁ କର୍ତ୍ତବ୍ୟ ପଥରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିବା ପରେ ସକାଳ ୧୦.୩୦‌ରୁ ଆରମ୍ଭ ହୋଇଥିଲା ପରେଡ୍‌। କର୍ତ୍ତବ୍ୟ ପଥରେ ହୋଇଥିବା ପରେଡ୍‌ରେ ପ୍ରଥମ ଥର ପାଇଁ ଅନେକ ରାଜ୍ୟର ଝଲକ ଦେଖିବାକୁ ମିଳିଥିଲା। ଏହି ପରେଡ୍‌ରେ ଉତ୍ତରପ୍ରଦେଶର ଝଲକରେ ଅଯୋଧ୍ୟର ୩ ଦିନିଆ ‘ଦୀପ ଉତ୍ସବ’କୁ ବି ପ୍ରଦର୍ଶନ କରାଯାଇଥିଲା। ହରିଆଣାର ଝଲକରେ ଭଗବଦ୍‌ ଗୀତା ଡିଜାଇନ୍‌ ତଥା ଶ୍ରୀକୃଷ୍ଣ କିପରି ଅର୍ଜୁନଙ୍କ ଶାରଥୀ ହୋଇ ଗୀତାର ସାର ବୁଝାଉଛନ୍ତି ତାହା ଦେଖିବାକୁ ମିଳିଥିଲା। ସେହିପରି ଝାରଖଣ୍ଡ, ଅରୁଣାଚଳପ୍ରଦେଶ, ଜମ୍ମୁ-କଶ୍ମୀର ଓ କେରଳର ଝଲକ ଦେଖିବାକୁ ମିଳିଥିଲା। ଚଳିତବର୍ଷ ପ୍ରଥମ ଥର ପାଇଁ କର୍ତ୍ତବ୍ୟ ମାର୍ଗରେ ପରେଡ୍‌ ହୋଇଥିଲା। ଏଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସୁରକ୍ଷା ପାଇଁ ଦିଲ୍ଲୀରେ ୬୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା ଓ ୨୪ଟି ହେଲ୍‌ପ ଡେକ୍ସର ମଧ୍ଯ ବ୍ୟବସ୍ଥା କରାଯାଇଥିଲା।

powered by social2s