ଫିଙ୍ଗରପ୍ରିଣ୍ଟ ନିଉଜ଼ ପୋର୍ଟାଲ ଲୋକାର୍ପିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଫିଙ୍ଗରପ୍ରିଣ୍ଟ ୱେବ ପୋର୍ଟାଲକୁ ଓଡିଶାର ବରିଷ୍ଠ ରାଜନୈତିକ ସମୀକ୍ଷକ, ଜନଆନ୍ଦୋଳନର ଆଗଧାଡିର ନେତୃତ୍ୱ ନେଉଥିବା ବରିଷ୍ଠ ସାମ୍ବାଦିକ ରବି ଦାସ ଲୋକାର୍ପିତ କରିଛନ୍ତି, ଏହି ଅବସରରେ ମାନବ ଅଧିକାର ସଂଗଠନର ଜାତୀୟ ସଦସ୍ୟ ମନୋଜ ଜେନା, ପୋର୍ଟାଲର ସମ୍ପାଦକ ପ୍ରମୋଦ କୁମାର ସାମନ୍ତରାୟ, ଫିଙ୍ଗରପ୍ରିଣ୍ଟର ନିର୍ଦେଶକ ସତ୍ୟବ୍ରତ ଜେନା, ସାମ୍ବାଦିକ ସରୋଜ ଜାଲ, ସିମାଞ୍ଚଳ ପାତ୍ର, ବିମଳ ମିଶ୍ର, ଗୌରାଙ୍ଗ ମିଶ୍ର ଓ ରମେଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ, ଏହି ଅବସରରେ ଉଦଘାଟକ ଶ୍ରୀ ଦାସ କହିଥିଲେ ଯେ, ଏହି ପୋର୍ଟାଲ ଓ ୱେବ ଚାନେଲଟି ମୁକ୍ତ ଓ ମାନବିକତାର ସ୍ୱରଭାବେ ପ୍ରତିପାଦିତ ହେଉ, ମାନବ ଅଧିକାର ସଂଗଠନର ଜାତୀୟ ସଦସ୍ୟ ମନୋଜ ଜେନା କହିଥିଲେ ଯେ, ସାଧାରଣ ଲୋକଙ୍କ ଅଧିକାର ଲଢେଇରେ ଫିଙ୍ଗରପ୍ରିଣ୍ଟ ଅଗ୍ରଣୀ ଭୂମିକା ଗ୍ରହଣ କରୁ., ଫିଙ୍ଗରପ୍ରିଣ୍ଟ ସମ୍ପାଦକ ଶ୍ରୀ ସାମନ୍ତରାୟ କହିଲେ ଯେ, ସାମାଜିକ ଓ ଗଣତାନ୍ତ୍ରିକ ଢାଞ୍ଚାର ବିଧିବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଫିଙ୍ଗରପ୍ରିଣ୍ଟ ଜାଗ୍ରତପ୍ରହରୀ ଭଳି କାମ କରିବ, ଅନୁଷ୍ଠାନର ନିର୍ଦେଶକ ଶ୍ରୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,

powered by social2s