ଭୁବନେଶ୍ୱର: ମାଘ ମାସରେ ଅନୁଭୂତ ହେଲାଣି ଟାଣ ଖରା। ଏବେଠୁ ଓଡ଼ିଶାରେ ୩୪ ଡିଗ୍ରୀ ଟପିଲାଣି ଦିନ ତାପମାତ୍ରା। ସୂଚନା ଅନୁଯାୟୀ, ଗୁରୁବାର ଦିନ ୩୪.୫ ଡିଗ୍ରୀ ସହ ରାଜ୍ୟର ବୌଦ୍ଧ ଜିଲ୍ଲା ସବୁଠୁ ତତଲା ସହର ପାଲଟିଥିଲା । ସେହିପରି ଭୁବନେଶ୍ୱରରେ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଭୁବନେଶ୍ୱରର ତାପମାତ୍ରା ଥିଲା ୩୪.୨ ଡିଗ୍ରୀ । ତେବେ ଚଳିତ ବର୍ଷ ଅଧିକ ତାତି ଅନୁଭୂତ ହେବା ସମ୍ଭାବନା ଥିବା ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଡକ୍ଟର ସନ୍ଦୀପ ପଟ୍ଟନାୟକ। ଜାନୁଆରୀ ୧୧ ପରେ ରାଜ୍ୟରେ ଶୀତର ପ୍ରଭାବ କମିଛି ବୋଲି ସୂଚନା ଦେଇଛନ୍ତି ଡକ୍ଟର ପଟ୍ଟନାୟକ।
powered by social2s

