ତୀର୍ଥଯାତ୍ରାରେ ଭୁବନେଶ୍ୱରରୁ ବାହାରିଲେ ଓଡ଼ିଶାର ୭ ଜିଲ୍ଲାର ବରିଷ୍ଠ ନାଗରିକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାର ୭ଟି ଜିଲ୍ଲାର ପାଖାପାଖି ୯୮୦ ଜଣ ବରିଷ୍ଠ ନାଗରିକ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ଆଲ୍ଲାବାଦ ଓ ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ବରିଷ୍ଠ ନାଗରିକଙ୍କୁ ନେଇଯାଉଛି ସ୍ୱତନ୍ତ୍ର ଟ୍ରେନ୍ । ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଥିଲେ ମେୟର ସୁଲୋଚନା ଦାସ। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବୟସ୍କ ହେଲେ ଲୋକଙ୍କ ଇଚ୍ଛା ଥାଏ ଆମେ ଠାକୁର ଦର୍ଶନ କରିବୁ, ତୀର୍ଥଯାତ୍ରାରେ ଯିବୁ, କିନ୍ତୁ ଅର୍ଥ ଅଭାବ କିମ୍ବା ଅନ୍ୟ କାରଣରୁ ତାଙ୍କ ସ୍ୱପ୍ନ ପୁରାଣ ହୋଇପାରିନଥାଏ। ସେହି ଇଚ୍ଛା ପୂରଣ କରିବା ନିମନ୍ତେ ଏହି ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ନାଗରିକଙ୍କ ସୁଖ ଦୁଃଖ ବୁଝିବା ପାଇଁ ତାଙ୍କ ସହିତ ଯାଉଛନ୍ତି ୩୦ ଜଣ ଅଧିକାରୀ।

powered by social2s