ବ୍ରହ୍ମପୁର: ବ୍ରହ୍ମପୁର ନଗର ଚିକିତ୍ସାଳୟ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ' ବିଜୁ କନ୍ୟା ରତ୍ନ' ପାଳିତ ହୋଇଯାଇଛି । କନ୍ୟା ଶିଶୁ ଓ ମାଙ୍କୁ ଫୁଲ ଦେଇ ସ୍ୱାଗତ କରିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । କନ୍ୟା ଶିଶୁ ମାନଙ୍କୁ ଭ୍ରୁଣ ହତ୍ୟା ନକରି ଆଦରିବା ସହ ପୁଅ ଓ ଝିଅ ଭେଦ ଭାବ ନକରି ସମାନ ଦୃଷ୍ଟିରେ ଦେଖିବା ଆଦି ବୁଝିଇ କୁହାଗଲା । ଏଥିରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରିଣୀ, ଶୁଭଶ୍ରୀ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସୁବୋଧ କୁମାର ଷଡ଼ଙ୍ଗୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁଦାମ କୁମାର ପାଣିଗ୍ରାହୀ ଓ ଶିବ ପ୍ରସାଦ ରଥ, ଶିଶୁ ମଙ୍ଗଳ ସମିତିର ଶ୍ୟାମକାନ୍ତ ଜେନା ନାବାଳକ ନ୍ୟାୟ ବୋର୍ଡର ସଦସ୍ୟ ଅମିୟ କୁମାର ତ୍ରିପାଠୀ, ଚାଇଲ୍ଡ ଲାଇନର କେନ୍ଦ୍ରସଂଯୋଜିକା ପ୍ରଣତି କୌର, ସଦସ୍ୟ ବଳରାମ ମଲ୍ଲିକ ଓ ଶିବଶଙ୍କର ଦାସ, ସକ୍ଷୀ କେନ୍ଦ୍ରର କେନ୍ଦ୍ରପରିଚାଳିକା, ମହେଶ୍ଵତା ପାଢ଼ୀ, ଚିକିତ୍ସାଳୟର ଡାକ୍ତର ଓ ନର୍ସ ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।
ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ 'ବିଜୁ କନ୍ୟା ରତ୍ନ' ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

