କୋରାପୁଟ :ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ପ୍ରତିଷ୍ଠିତ ସାମାଜିକ ସଂଗଠନ ଭୋଳା ଭଣ୍ଡାରୀ ଅନ୍ନଦାତା ପରିବାର ପକ୍ଷରୁ କୋରାପୁଟ ଜିଲ୍ଲାର ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କୁ "କର୍ମବୀର ସେବା ସମ୍ମାନ"ରେ ସମ୍ମାନିତ କରାଯାଇଅଛି l ଭୋଳା ଭଣ୍ଡାରୀ ଅନ୍ନଦାତା ପରିବାର ପକ୍ଷରୁ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କୁ ଅନଲାଇନ୍ ମାନପତ୍ର ପ୍ରଦାନ କରାଯାଇ "କର୍ମବୀର ସେବା ସମ୍ମାନ-2023"ରେ ସମ୍ମାନିତ କରାଯାଇଅଛି l ସମାଜସେବା କ୍ଷେତ୍ରରେ ବହୁଳ ଅବଦାନ ଅତୁଳନୀୟ ସେବାରେ ପ୍ରକୃତ ଉଦ୍ଦେଶ୍ୟ ଏବଂ ମନୋଭାବକୁ ବୁଝି ସମସ୍ତ ଜନସମାଜରେ ଚହଳ ସୃଷ୍ଟି କରି ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଅଛନ୍ତି ଶ୍ରୀମାନ୍ ତ୍ରିନାଥ l ଭଗବାନଙ୍କ ଆଶୀର୍ବାଦ ଏବଂ ନିଜ ମହତ କର୍ମ ଯୋଗୁଁ ଦିନେ ନା ଦିନେ ବିଶ୍ଵବିଜୟୀ ହେବେ ବୋଲି ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଶୁଭକାମନା ଦେବାକୁ ଯାଇ ଭୋଳା ଭଣ୍ଡାରୀ ଅନ୍ନଦାତା ପରିବାର ତରଫରୁ ଶ୍ରୀମାନ୍ ତ୍ରିନାଥଙ୍କୁ ସଂଗଠନର ସମ୍ପାଦକ ଶ୍ରୀ ହରିଶଙ୍କର ପଣ୍ଡା , ସହ ସମ୍ପାଦକ ଶ୍ରୀ ବିଶ୍ୱରଂଜନ ଦାସ ଏବଂ ସଭାପତି ଶ୍ରୀ ଦୁର୍ଯୟ କୁମାର ପାଣିଗ୍ରାହୀ ଶୁଭେଚ୍ଛା ଜ୍ଞାପନ କରିଥିବା ସହ ତ୍ରିନାଥଙ୍କ ସୁସ୍ଥ ଏବଂ ନିରାମୟ ଭବିଷ୍ୟତ ଜୀବନର କାମନା କରିଅଛନ୍ତି l
ଭୋଳା ଭଣ୍ଡାରୀ ଅନ୍ନଦାତା ପରିବାର ପକ୍ଷରୁ କୋରାପୁଟର ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କୁ "କର୍ମବୀର ସେବା ସମ୍ମାନ"ରେ ସମ୍ମାନିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

