ଭକ୍ତ ଶିରୋମଣି ଦାସିଆଙ୍କ ପବିତ୍ର ତିରୋଧାନ ଦିବସ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଭକ୍ତ ଶିରୋମଣି ଦାସିଆଙ୍କ ପବିତ୍ର ତିରୋଧାନ ଦିବସ ପାଳନ ହୋଇଯାଇଛି। ପୁରୀ ଜିଲ୍ଲା ପିପିଲି ବ୍ଲକ, ତେଇସିପୁର ପଞ୍ଚାୟତର ବାଲିଗାଁ ଠାରେ ଭକ୍ତଙ୍କ ରାଜ୍ୟସ୍ତରୀୟ ମହାପ୍ରୟାଣ ଦିବସ ମହାସମାରୋହରେ ପାଳନ କରାଯାଇଛି । ପୂର୍ବାହ୍ନ ସମାଧି ପୀଠାରେ ବେଦ, ଗୀତା, ଭାଗବତ ପାଠ ମୁଖ୍ୟ ପୂଜକ ଲକ୍ଷ୍ମୀଧର ପାଢ଼ୀ ଓ ସହାୟକ ପୂଜକ ଲକ୍ଷ୍ମୀଧର ଦିକ୍ଷିତ ପାଠ କରିବା ସହ ମନ୍ଦିରର ଦେବାଦେବୀଙ୍କ ସ୍ୱତନ୍ତ୍ର ପୂଜାନୀତି, ନୂତନ ବସ୍ତ୍ର ପରିଧାନ କରିଥିଲେ । ସ୍ମୃତି କମିଟିର ବରିଷ୍ଠ ସଦସ୍ୟମାନେ ଭକ୍ତଙ୍କ ସମାଧି ଓ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ । ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ନଗର ପରିକ୍ରମା କରି ସମାଧି ସ୍ଥଳରେ ନାମ ସଂକୀର୍ତ୍ତନ କରିଥିଲେ । ଶ୍ରାଦ୍ଧ ଦିବସ ଅବସରରେ ରୋଟାରିଆନ ଜୟପ୍ରକାଶ ମିଶ୍ର କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଦିବା ୧୧ ଘଟିକାରେ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ସ୍ମୃତି ସଭାରେ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର-ପ୍ରାକ୍ତନ ନିର୍ଦ୍ଦେଶକ, ଏମ୍‍ସ୍‍, ଭୁବନେଶ୍ୱର ମୁଖ୍ୟ ଅତିଥି, ଡକ୍ଟ କୈଳାସ ଚନ୍ଦ୍ର ଟିକାୟତରାୟ, ମୂଖ୍ୟ ବକ୍ତା, ମାନ୍ୟବର ବିଧାୟକ ରୁଦ୍ର ପ୍ରଦାପ ମହାରଥୀ-ଉଦ୍‍ଘାଟକ, ଡକ୍ଟର ବିନାୟକ ରଥ-ପ୍ରାକ୍ତନ କୂଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ମହାନ୍ତି-ପ୍ରାକ୍ତନ କୂଳପତି, ସୋୟା ବିଶ୍ୱବିଦ୍ୟାଳୟ, ବ୍ରହ୍ମକୁମାରି ଗୀତା ଭଉଣୀ, ଶିକ୍ଷାବିତ୍‍ ଡଃ ଶରତ ଚନ୍ଦ୍ର ରଥ ଓ ପ୍ରଫେସର ବୃନ୍ଦାବନ ରଥ, ଡାକ୍ତର ପଲ୍ଲଭି ମହାରଥୀ, ଆପୋଲ ହସ୍ପିଟାଲ, ଭୁବନେଶ୍ୱର, ପ୍ରଫେସର ପି.ଏନ୍‍. ଜଗଦେବ, ଶିକ୍ଷାବିତ୍‍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଚାର୍ଟାଡ ଆକାଉଟାଣ୍ଟ କେଦାର ନାଥ ଚୌଧୁରୀ ଏବଂ ଚିନ୍ମୟ ବିଶ୍ୱାଳ ସମ୍ମାନୀତ ଅତିଥି ଭାବେ ଭକ୍ତଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରି ଭକ୍ତ ଓ ଭଗବାନ ଭିତରେ ଥିବା ସମ୍ପର୍କକୁ ତତ୍ୱଭିତ୍ତିକ ଉଦାହରଣ ଦେଇ ଯୁଗ ଯୁଗ ଧରି ଭାରତୀୟ ସଂସ୍କୃତି ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନୁଷ୍ଠାନର ସଭାପତି ଡକ୍ଟର ପ୍ରତିଭା ମହାରଥୀ ସଭାପତିତ୍ୱ କରିଥିଲେ । ସାଧାରଣ ସମ୍ପାଦକ ଡକ୍ଟର ଘନଶ୍ୟାମ ସ୍ୱାଇଁ ଅତିଥି ପରିଚୟ ଦେଇଥିବା ବେଳେ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ତ୍ରୈମାସିକ ଆଧ୍ୟାତ୍ମିକ ପତ୍ରିକା “ଭାବକୁ ନିକଟ”ର ଅଷ୍ଟମ ବର୍ଷର ୧ମ ସଂସ୍କରଣ ଏବଂ ପ୍ରଦୀପ ମହାରଥୀ ସ୍ମୃତି ସଂସଦର ସ୍ୱର୍ଗତ ମହାରଥୀଙ୍କ ୨ୟ ବାର୍ଷିକ ଶ୍ରାଦ୍ଧ ଅବସରରେ ସ୍ମରଣିକା “ଅମ୍ଳାନ ପ୍ରଦୀପ” ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ମୃତି କମିଟିର ଉପସଭାପତି ଡାକ୍ତର ନରେନ୍ଦ୍ର କୁମାର ସାହୁ, ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର, ଡକ୍ଟର ବିଷ୍ଣୁଚରଣ ଜେନା, ଡକ୍ଟର ଚିତ୍ତରଞ୍ଜନ ମଲ୍ଲିକ, ଡକ୍ଟର ଶରତ କୁମାର ଚଉଁରୀ, ଲକ୍ଷ୍ମୀନାରାୟଣ ଦାଶ, ପ୍ରସାନ୍ତ କୁମାର ରାଉତରାୟ, ପଞ୍ଚାନନ ନାୟକ, ରଘୁନାଥ ଜେନା, ଚିତ୍ତରଞ୍ଜନ ସେନାପତି, ଶ୍ରୀମତୀ ଅନ୍ନପୂର୍ଣ୍ଣା ଜେନା, ରମେଶ ଚନ୍ଦ୍ର ପ୍ରଧାନ, ଅର୍ଜ୍ଜୁନ ମାଝି, ପ୍ରକାଶ ଦାସ, ସ୍ୱୟଂପ୍ରକାଶ ପରିଡ଼ା, କୃଷ୍ଣଚନ୍ଦ୍ର ଲେଙ୍କା, ଲକ୍ଷ୍ମୀଧର ସାହୁ, ପ୍ରଫୁଲ୍ଲ ବିଶ୍ୱାଳ, ଜୟକୃଷ୍ଣ ରାଉତ, ଗିରିଧାରୀ ପଲାଇ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଭୁବନେଶ୍ୱର ରୋଟାରୀ କ୍ଲବ ନର୍ଥ ତରଫରୁ ମାଗଣାରେ ହୋମିଓପାଥି ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇଥିଲା । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆଞ୍ଚଳିକ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ତରଫରୁ ଏହି କାର୍ଯ୍ୟକ୍ରମକୁ ପ୍ରାୟୋଜିତ କରାଯାଇଥିବାରୁ ଅନୁଷ୍ଠାନର ସଦସ୍ୟମାନେ ସମ୍ପୃକ୍ତ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।

powered by social2s