ପାଣି ସମସ୍ୟାର ସମାଧାନ ନେଇ ଜେଇ ଙ୍କୁ ଦାବିପତ୍ର ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଦଳା :ଆଗକୁ ଗ୍ରୀଷ୍ମ ଋତୁ | ପ୍ରଚଣ୍ଡ ଖରାରେ ପାଣିର ଆବଶ୍ୟକତା ଢେର ଅଧିକ | କିନ୍ତୁ ବର୍ତମାନ ଠାରୁ ଆରମ୍ଭ ହେଲାଣି ପିଇବା ପାଣି ସମସ୍ୟା | ଦୀର୍ଘ ଦିନ ଧରି ପାଣି ଜନିତ ସମସ୍ୟାର ସ୍ଥାୟୀ ସମାଧାନ ନେଇ ପିଏଚଡି ଜେଇ ଙ୍କୁ ଦାବିପତ୍ର ପ୍ରଦାନ କଲେ କୋଦଳା ଏନଏସି ଅନ୍ତର୍ଗତ ଆଠନମ୍ବର ୱାର୍ଡ ର କାଉନସିଲର ମଧୁସୂଦନ ଜେନା | ଉକ୍ତ ୱାର୍ଡ ର ଇନାମ ବେଲପଡା ଗ୍ରାମକୁ ବହୁ ଦିନ ଧରି ପାଣି ଆସୁନଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏହାକୁ କେହି କର୍ଣ୍ଣାପାତ କରୁନଥିଲେ | ତେଣୁ ଏ ନେଇ ବିଭାଗୀୟ ଜେଇ ସହଦେଵ ପ୍ରଧାନଙ୍କୁ ଏକ ଅଭିଯୋଗ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି | ଚଳିତ ଫେବୃଆରୀ ମାସ ଶେଷ ସୁଦ୍ଧା ଉକ୍ତ ସମସ୍ୟାର ସମାଧାନ ହେବା ନେଇ ପ୍ରତିଶୃତି ଦେଇଛନ୍ତି ଜେଇ ଶ୍ରୀ ପ୍ରଧାନ | ଦାବୀ ପୂରଣ ନହେଲେ ଆଗକୁ ୱାର୍ଡ ବାସୀଙ୍କ ତରଫରୁ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି କାଉନସିଲର | ରିପୋର୍ଟ :ଦେବାଶିଷ ମହାରଣା

powered by social2s