ନିଜସ୍ୱ ଅର୍ଥରେ ରୋଗୀ ସେବା କଲେ ଅଧ୍ୟକ୍ଷ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଦଳା : ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ପରିସରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରତ୍ୟେକ ମାସରେ ଟିବି ରୋଗୀ ମାନଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ |କୋଦଳା ଏନଏସିର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ନିଜସ୍ୱ ଅର୍ଥରେ ପ୍ରତ୍ୟେକ ମାସରେ ଟିବି ରୋଗୀ ଙ୍କୁ ମଧ୍ୟ ପୃଷ୍ଟିସାର ଖାଦ୍ୟ ବଣ୍ଟନ କରାଯାଉଛି | ବିଭିନ୍ନ ସମୟରେ ଖାଦ୍ୟସାର ଅଭାବରୁ ଗରୀବ ଶ୍ରେଣୀର ଟିବି ରୋଗୀ ମାନେ ବିଭିନ୍ନ ସମସ୍ୟାରେ ପଡୁଥିବାରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଅକଟୋବର ମାସରେ ଟିବି ରୋଗୀ ମାନଙ୍କୁ ଏହି ସୁଷମ ଖାଦ୍ୟ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ | ପ୍ରଧାନମନ୍ତ୍ରୀ ଙ୍କ ଯକ୍ଷ୍ମା ମୁକ୍ତ ଭାରତ କରିବା ଦୌଡ଼ରେ ଆମେ ଏକ ଛୋଟିଆ ପ୍ରୟାସ କରିଛୁ ବୋଲି କହିଛ ଅଧ୍ୟକ୍ଷ ଶ୍ରୀ ନାୟକ | ଏହି କାର୍ଯ୍ୟକ୍ରମରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏସଟିଏସ ଗୀତାରାଣୀ ପାଢ଼ୀ, ଡ଼ଃ ଅର୍ଚନା ଗୁପ୍ତା, କାଉନସିଲର ମଧୁସୂଦନ ଜେନା, ରିତା ସାହୁ ଙ୍କ ସମେତ କାଉନସିଲର ମାନେ ଉପସ୍ଥିତ ରହି ଟିବି ରୋଗୀ ମାନଙ୍କୁ ସଚେତନ କରାଇଥିଲେ | ଟିବି ମୁକ୍ତ ଭାରତ ଗଠନରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ଆଧାର କରି ଦେଶକୁ ଟିବି ମୁକ୍ତ କରିବା ପାଇଁ ଏହି ପ୍ରୟାସରେ ସମସ୍ତ ରୋଗୀ ମାନଙ୍କୁ ସୁଷମ ଖାଦ୍ୟ ବଣ୍ଟନ ସହ ସମସ୍ତେ ନିରୋଗୀ ରହିବା ନେଇ ଉପସ୍ଥିତ ଅତିଥି ନିଜର ମତ ପ୍ରକାଶ କରିଥିଲେ | ଗତ ମାସ ଭଳି ଚଳିତ ମାସରେ ମଧ୍ୟ ଏହି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସମସ୍ତ ରୋଗୀଙ୍କ ସମେତ ସମ୍ପର୍କୀୟ | ରିପୋର୍ଟ :ଦେବାଶିଷ ମହାରଣା

powered by social2s