କୋରାପୁଟ :( ରିପୋର୍ଟ ତ୍ରିନାଥ ପଟ୍ଟନାୟକ ): ଆଜି କୋରାପୁଟ ସର୍କିଟ ହାଉସ ଠାରେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କର ଅଭିଯୋଗ ଗ୍ରହଣ କରିଛନ୍ତି।ଏହି ଅବସରରେ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଦିଲିପ ମହାନ୍ତିଙ୍କ ନେତୃତ୍ୱରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ସ୍ଵାସ୍ଥ୍ୟ ବୀମାରେ ବାପା ଓ ମାଙ୍କୁ ସାମିଲ କରିବା ସହ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଟ୍ରେନ ଓ ବସ ରେ ରିହାତି, ସାମ୍ୱାଦିକ ଅଧିସିକୃତି ପାଇଁ ତୁରନ୍ତ କମିଟି ଗଠନ, ସାମ୍ୱାଦିକ ସୁରକ୍ଷା ଆଇନ ଲାଗୁ କରିବା ପ୍ରମୁଖ ଦାବି ରହିଥିଲା। କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଉପସ୍ଥିତ ଥିଲେ। ସାମ୍ୱାଦିକ ସଦସ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ପରୀକ୍ଷିତ ବିଶ୍ଵାଳ, ରାଜ୍ୟ ସାଂଗଠାନିକ ସମ୍ପାଦକ ମନୋଜ ପଟ୍ଟନାୟକ, କାର୍ଯ୍ୟକାରି ସଭାପତି ରଞ୍ଜନ କୁମାର ଦାସ, ସନ୍ତୋଷ ପଲାଇ, ଭଗବତୀ ଆଚାରି, ଭବାନୀ ଶଙ୍କର ମିଶ୍ର, ଜିତେନ୍ଦ୍ର ମିଶ୍ର,ନିଶାପତି ନାୟକ, ନାରାୟଣ କୁଲଦିପ, ଶିବଶଙ୍କର ରାଉଳ, ପ୍ରମୁଖ ଉପସ୍ଥିତ ଥିଲେ।
କୋରାପୁଟ ସର୍କିଟ ହାଉସ ଠାରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନଙ୍କ ଠାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କର ଅଭିଯୋଗ ଗ୍ରହଣ ପର୍ବ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

