ଜାନୁଆରୀ ୭ ଯାଏଁ ବ୍ରିଟେନକୁ ବିମାନ ଉଡାଣ ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: କରୋନାର ନୂଆ ରୁପକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଜାନୁଆରୀ ୭ ଯାଏଁ ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ସେବା ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଡିସେମ୍ବର ୩୧ ଯାଏଁ ବ୍ରିଟେନକୁ ବିମାନ ସେବା ବନ୍ଦ ପାଇଁ କୁହାଯାଇଥିଲା।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରାଦୀପ ସିଂହ ପୁରୀ ଟ୍ୱିଟ କରି କହିଛନ୍ତି ଯେ ଅସ୍ଥାୟୀ ଭାବେ ବ୍ରିଟେନ ସହ ବିମାନ ସମ୍ପର୍କ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ପରେ କଡା ନିୟମ ଭିତରେ ବିମାନ ସେବା ଆରମ୍ଭ ହେବ।

ବ୍ରିଟେନରୁ ଫେରିଥିବା ୨୦ ଜଣଙ୍କ ଶରୀରରେ ନୂଆ ଷ୍ଟ୍ରେନ ଠାବ ହେବ ପରେ ସଂକ୍ରମଣ ବଢିବା ଆଶଙ୍କା ପ୍ରକାଶ ପାଇଛି।

powered by social2s