ନବ ବର୍ଷରେ ହାଡ ଥରାଇବ ଜାଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଆଜି ଠାରୁ ଓଡ଼ିଶାରେ ୩ ରୁ ୪ ଡିଗ୍ରୀ ସେଲ୍ସିଏସ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଅଛି ବୋଲି ପଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୪ ଡିଗ୍ରୀ ସେଲ୍ସିଏସ ପର୍ଯ୍ୟନ୍ତ ଖସିପାରେ ତାପମାତ୍ରା। ସେହିପରି ଉପକୂଳ ଓଡିଶାରେ ୨ରୁ ୩ ଡିଗ୍ରୀ ଖସିବ ପାରଦ। 

 

ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ପାଇଁ କିଛି ଜିଲ୍ଲା ଗୁଡିକ ପାଇଁ ୟେଲୋ ଆଲେର୍ଟ ଜାରି ହୋଇଛି। ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ଦେବଗଡ଼, ବୌଧ ଏବଂ କେନ୍ଦୁଝର ।

 

ଜାନୁଆରୀ ୩ ପରେ ପାଗ ପରିବର୍ତ୍ତନ ହେବ ବୋଲି କହିଛି ପଣିପାଗ ବିଭାଗ।

powered by social2s