ଭୁବନେଶ୍ୱର: ଇଂରାଜୀ ନବ ବର୍ଷ ଉପଲକ୍ଷେ "ରେ ଅଫ ହୋପ ଫାଉଣ୍ଡେସନ" ଏକ ଛୋଟ ସାଙ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଉକ୍ତ କାର୍ଯ୍ୟକ୍ରମ ଭୁବନେଶ୍ୱର ନୀଳାଦ୍ରି ବିହାର ଉପକଣ୍ଠ ନାରାୟଣୀ ବସ୍ତିରେ ଆୟୋଜିତ ହୋଇଥିଲା ।
ପିଲାମାନେ ଏକାଠି ହୋଇ ନାଚ ଓ ଗୀତ ସହ ନବ ବର୍ଷ ଉତ୍ସବ ପାଳନ କରିଥିଲେ । କାର୍ଯ୍ୟକ୍ରମ ଶେଷ ରେ ଓଡ଼ିଶା ର ବିଶିଷ୍ଟ ନୃତ୍ୟକାର ଅଭିଷେକ ସାମଲ ଓ ତାଙ୍କ ଅନୁଷ୍ଠାନ (house of dance) ପକ୍ଷରୁ ଦୁଇଟି ପିଲାଙ୍କୁ ସମ୍ପୂର୍ଣ୍ଣ ନୃତ୍ୟ ଶିକ୍ଷା ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । ରେ ଅଫ ହୋପ ଫାଉଣ୍ଡେସନ ଏଥି ପାଇଁ ଅଭିଷେକ ସାମଲଙ୍କୁ ଧନ୍ୟବାଦ ଜଣାଇଥିଲେ ।
ରେ ଅଫ ହୋପ ଫାଉଣ୍ଡେସନ ର ପ୍ରତିଷ୍ଠାତା ନିଶୀକାନ୍ତ ତାରେଣିଆ, ସହଯୋଗୀ - ଗିରିଜା ଶଙ୍କର ରଣା, ପ୍ରତୀକ୍ଷା ବୋହିଦାର, ଜଗନ୍ନାଥ ସାହୁ, ଜିତେନ୍ଦ୍ର ସାହୁ ଏବଂ ମହେଶ୍ୱର ମାଝୀ ଏହି କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ ।
powered by social2s

