![]()
ଭୁବନେଶ୍ୱର: ଜାନୁୟାରୀ ୧୧ ରୁ ଖୋଲିବ ଓଡ଼ିଶାର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ।
ଏ ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ଖୋଲିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। UG ର ପଞ୍ଚମ ଓ ତୃତୀୟ ସେମିଷ୍ଟର ପାଇଁ ତାରିଖ ଘୋଷଣା କରାଯାଇଛି।
ଉଭୟ ଶ୍ରେଣୀ ପାଇଁ ଜାନୁୟାରୀ ୧୧ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ଳାସ ଚାଲିବ। ମାର୍ଚ୍ଚ ୧୬ ରୁ ୩୧ ପଯ୍ୟନ୍ତ ଉଭୟ ଶ୍ରେଣୀର ସେମିଷ୍ଟର ପରୀକ୍ଷା କରାଯିବ ଓ ଏପ୍ରିଲ ୩୦ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ।ଏପ୍ରିଲ ୨ ରୁ ଜୁନ ୨୫ ପର୍ଯ୍ୟନ୍ତ UG ଓ PG ର ଶେଷ ସେମିଷ୍ଟର କ୍ଲାସ ହେବ।ଜୁନ ୧୬ ରୁ ୩୦ ପର୍ଯ୍ୟନ୍ତ UG ଓ PG ର ଶେଷ ସେମିଷ୍ଟର ପରୀକ୍ଷା କରାଯିବ ଓ ଜୁଲାଇ ୧୫ସୁଦ୍ଧା ଫଳ ପ୍ରକାଶ ପାଇବ।
powered by social2s

