ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୫୮ ତମ କଥାମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମାସିକ ପ୍ରଥମ ରବିବାରରେ ବ୍ୟାସକବି ଫକୀରମୋହନ ଭବନ ରେ ୧୫୮ ତମ କଥାମୃତ ର କାର୍ଯକ୍ରମ କରାଯାଇଛି।

 
ପ୍ରଥମରୁ ପରିଷଦର ଆଜୀବନ ସଦସ୍ୟ ଓ ସଦସ୍ୟା ମାନଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା।
 
ଡ ପ୍ରଶାନ୍ତ ରଥଙ୍କ ଦ୍ଵାରା ପ୍ରବଚନ କାର୍ଯକ୍ରମ କରାଯାଇଥିଲା।
 
କାର୍ଯ୍ୟକ୍ରମ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଙ୍କ ଅଭିଭାଷଣ ପ୍ରଦାନ ପରେ ପ୍ରଶାନ୍ତ ବେହେରା ଓ ଦାମୋଦର ସେନାପତି ଭଜନ କାର୍ଯ୍ୟକମକୁ ପରିଚାଳନା କରିଥିଲେ।
 
ଆଜିର କାର୍ଯ୍ୟକ୍ରମରେ ସମ୍ପାଦକ ନାରାୟଣ ମହାପାତ୍ର, ଅଜୟ ହରିଚନ୍ଦନ, ଅଖିଳ ସାହୁ, ବାବାଜୀ ବିଶ୍ଵାଳ, ଲଲିତ ମୋହନ ପଣ୍ଡା, ଗାନ୍ଧୀ ଚୌଧୁରୀ, ରାଜକିଶୋର ସାହୁ, କୃଷ୍ଣ ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ଅଚ୍ୟୁତ ପ୍ରସାଦ ବେହେରା, ଗୌରାଙ୍ଗ ନାୟକ, ମନୋରଞ୍ଜନ ମହାନ୍ତି, ଶ୍ରୀନିବାସ ରାଓ, ହେମନ୍ତ ମଲିଆ, ବାଳକୃଷ୍ଣ ପଣ୍ଡା ଓ ରବିନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
 
ଶେଷରେ ସମ୍ପାଦକ ସମସ୍ତଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ।
 
 
 
powered by social2s