![]()
କଟକ: ଗତ କିଛି ଦିନ ଧରି ନିରିବିଛିନ୍ନ ଭାବରେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନକଲି ପାନ ମସଲା, ରନ୍ଧନ ମସଲା, ନକଲି ଘିଅ, ନକଲି ପନୀରଓ ଭେଜାଲ ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରି ପୋଲିସ ଧରିଥିବା ବେଳେ ଆଜି ପୁଣି କଟକ ସଦର ଥାନା ଅନ୍ତର୍ଗତ ମୁକମେଶ୍ୱର ଗ୍ରାମରେ ଥିବା ଏକ ଅପମିଶ୍ରିତ ଚା କାରଖାନା ଉପରେ ଚଢ଼ାଉ କରି ବହୁ ପରିମାଣରେ ନକଲି ଚା ଗୁଣ୍ଡ ସହ ବିଭିନ୍ନ ବ୍ରାଣ୍ଡେଡ଼ କମ୍ପାନୀର ନାମ ଥିବା ଷ୍ଟିକର ଜବତ କରିଛି।
ଏହି କାରବାରରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
powered by social2s

