ଭୁବନେଶ୍ୱର: ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ କୋଭିଡ଼ ଟୀକା ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ।ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ ଟୀକା ନିର୍ମାଣ କମ୍ପାନୀ ଠାରୁ ସିଧା ଓଡ଼ିଶା ଆସିବ କରୋନା ଟୀକା। ଟୀକା ପହଂଚିବା ପରେ ଏହାକୁ ଷ୍ଟେଟ ଭ୍ୟାକସିନ ଷ୍ଟୋରରେ ରଖାଯିବ।ପରେ ରାଜ୍ୟର ସମସ୍ତ ଜିଲ୍ଲା ଗୁଡିକୁ ପଠାଯିବ। କେଉଁଠି କେତେ ଟୀକାକରଣ ହେବ ସେ ନେଇ ଜାନୁଆରୀ ୮ ସୁଦ୍ଧା ରିପୋର୍ଟ ଦେବେ ଜିଲ୍ଲାପାଳ।ଓଡିଶାକୁ ଆସନ୍ତା ୧୦ ଦିନ ଭିତରେ ଟୀକା ଆସିବ ବୋଲି ସେ କହିଛନ୍ତି।
powered by social2s

